ହିମାଚଳପ୍ରଦେଶ ଓ ଉତ୍ତରପ୍ରଦେଶରେ ପ୍ରବଳ ବର୍ଷା: ଜନଜୀବନ ଅସ୍ତବ୍ୟସ୍ତ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ହିମାଚଳପ୍ରଦେଶ ଓ ଉତ୍ତରପ୍ରଦେଶରେ ଲଗାତର ବର୍ଷା ଫଳରେ ଭୁସ୍ଖଳନ ଜାରି ରହିଛି । ଏହାଫଳରେ ଅନେକ ଧନଜୀବନ ମଧ୍ୟ ହାନି ହେଉଛି । ଅଗଷ୍ଟ ୨୨ ରୁ ୨୪ ତାରିଖ ମଧ୍ୟରେ ହିମାଚଳ ପ୍ରଦେଶ ଏବଂ ଉତ୍ତରପ୍ରଦେଶରେ ପ୍ରବଳରୁ ପ୍ରବଳ ବର୍ଷା ହେବ ବୋଲି ଭାରତ ପାଣିପାଗ ବିଭାଗ (ଆଇଏମଡି) ପୂର୍ବାନୁମାନ କରିଥିଲା। ଏହା ସହିତ ଅଗଷ୍ଟ ୨୬ ତାରିଖ ପର୍ୟ୍ୟନ୍ତ ସାମାନ୍ୟ ବନ୍ୟା ହେବାର ଆଶଙ୍କା ରହିଛି ବୋଲି ମଧ୍ୟ ପାଣିପାଗ ବିଭାଗ ଚେତାବନୀ ଦେଇଛି।

ପ୍ରବଳ ବର୍ଷା ଯୋଗୁ ଭୂସ୍ଖଳନ ଓ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ। ନଦୀ ଓ ଡ୍ରେନରେ ଜଳ ସ୍ତର ବଢ଼ିବ। ଯାହାଫଳରେ ଫସଲ ଅମଳ ଉପରେ ପୂରା ପ୍ରଭାବ ପଡ଼ିବ ବୋଲି ଆଇଏମ୍‌ଡି ପକ୍ଷରୁ ସୂଚନା ମିଳିଛି। ଗତ କିଛି ମାସ ମଧ୍ୟରେ କ୍ରମାଗତ ବର୍ଷା ହେତୁ ପାହାଡ଼ିଆ ରାଜ୍ୟଗୁଡିକରେ ବ୍ୟାପକ ଧ୍ୱଂସ ଓ ମୃତ୍ୟୁ ଘଟିଚାଲିଛି।

Leave A Reply

Your email address will not be published.