ଦକ୍ଷିଣ ଆଫ୍ରିକା ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ: ଚର୍ଚ୍ଚାରେ ମୋଦୀ-ଜିନପିଙ୍ଗ ଆଲୋଚନା

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଚଳିତ ବର୍ଷ ଦକ୍ଷିଣ ଆଫ୍ରିକାରେ ହେବାକୁ ଯାଉଛି ବ୍ରିକ୍ସ ସମ୍ମିଳନୀ । ଏଥିରେ ଯୋଗ ଦେବାପାଇଁ ଆଜିଠୁ ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାଷ୍ଟ୍ରପତି ମାଟାମେଲା ସିରିଲ ରାମାଫୋସାଙ୍କ ନିମନ୍ତ୍ରଣ କ୍ରମେ ଦୁଇ ଦିନିଆ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗ ଗସ୍ତ କରିବେ । ୨୦୧୯ ପରଠାରୁ ଏହା ବ୍ୟକ୍ତିଗତ ଉପସ୍ଥିତିରେ ପ୍ରଥମ ବ୍ରିକ୍ସ ସମ୍ମିଳନୀ ହେବ । ଶିଖର ସମ୍ମିଳନୀ ସମୂହ ଦ୍ୱାରା ଆରମ୍ଭ ହୋଇଥିବା ଯୋଜନାଗୁଡ଼ିକର ପ୍ରଗତିର ସମୀକ୍ଷା ଏବଂ ଭବିଷ୍ୟତର ଗତିବିଧି କ୍ଷେତ୍ରକୁ ଚିହ୍ନଟ କରିବା ନିମନ୍ତେ ଏହି ବୈଠକରେ ଆଲୋଚନା ହେବ ।

ପ୍ରଧାନମନ୍ତ୍ରୀ ବ୍ରିକ୍ସ ସମ୍ମିଳନୀ ପରେ ଆୟୋଜିତ ହେବାକୁ ଥିବା ଏକ ସ୍ୱତନ୍ତ୍ର କାର୍ୟ୍ୟକ୍ରମ ‘ବ୍ରିକ୍ସ- ଆଫ୍ରିକା ଆଉଟରିଚ୍ ଏବଂ ବ୍ରିକ୍ସ ପ୍ଲସ୍ ଡାଏଲଗ୍’ରେ ମଧ୍ୟ ଭାଗ ନେବେ, ଯେଉଁଠି ଦକ୍ଷିଣ ଆଫ୍ରିକା ଦ୍ୱାରା ନିମନ୍ତ୍ରିତ ହୋଇଥିôବା ଅନ୍ୟ ଦେଶ ବି ସାମିଲ ହେବେ । ଏହି ଗସ୍ତବେଳେ ପ୍ରଧାନମନ୍ତ୍ରୀ ଜୋହାନ୍ସବର୍ଗରେ ଅନ୍ୟନେତାମାନଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ । ଏହି ସମ୍ମିଳନୀରେ ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗ ମଧ୍ୟ ସାମିଲ ହେବେ । ଭାରତ-ଚାଇନା ସୀମା ବିବାଦ ମଧ୍ୟରେ ଦୁଇ ଦେଶର ନେତା ଗୋଟିଏ ମଂଚରେ ଏକାଠି ହେବାକୁ ଯାଉଥିବାରୁ ଚର୍ଚ୍ଚା ବଢିଛି ।

Leave A Reply

Your email address will not be published.