ଚନ୍ଦ୍ରଯାନ-୩ର ସପ୍ଟ ଲ୍ୟାଣ୍ଡିଂ ପାଇଁ ଅବଗଣନା ଆରମ୍ଭ: ବୈଜ୍ଞାନିକଙ୍କ ଦୃଢୋକ୍ତି, ନିଶ୍ଚୟ ସଫଳ ହେବ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ସପ୍ଟ ଲ୍ୟାଣ୍ଡିଂ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି । ଆସନ୍ତା ୨୩ ତାରିଖ ବୁଧବାର ସନ୍ଧ୍ୟାରେ ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାକୁ ଯାଉଛି। ଏଥିପାଇଁ ଅବଗଣନା ଆରମ୍ଭ ହୋଇଯାଇଛି। ଏହି ଐତିହାସିକ ମୁହୂର୍ତ୍ତ ପାଇଁ ସମୟ ଯେତେ ପାଖେଇ ଆସୁଛି, ଏହାକୁ ନେଇ ଉତ୍କଣ୍ଠା ସେତିକି ବଢ଼ି ବଢ଼ି ଚାଲିଛି। ତେବେ ଏହି ଅଭିଯାନ ନିଶ୍ଚୟ ସଫଳ ହେବ ବୋଲି ବୈଜ୍ଞାନିକମାନେ ଦୃଢ଼ ଆଶା ପୋଷଣ କରିଛନ୍ତି।

ଭାରତୀୟ ମହାକାଶ ଗବେଷଣା ସଂସ୍ଥା ‘ଇସ୍ରୋ’ ପକ୍ଷରୁ କୁହାଯାଇଛି ଯେ ଚନ୍ଦ୍ରଯାନ-୩ର ଅବତରଣ ପାଇଁ ସବୁ ପ୍ରସ୍ତୁତି କରାଯାଇଥିବା ବେଳେ ଏବେ ତା’ର ଆଭ୍ୟନ୍ତରୀଣ ଯାଞ୍ଚ କରାଯାଉଛି। ଅଗଷ୍ଟ ୨୩ ଅପରାହ୍ଣ ୫ଟା ୪୫ରେ ଅବତରଣ ପ୍ରକ୍ରିୟା ଆରମ୍ଭ ହେବ ଏବଂ ସନ୍ଧ୍ୟା ପ୍ରାୟ ୬ଟା ୪ରେ ଏହା ଚନ୍ଦ୍ରର ଦକ୍ଷିଣମେରୁରେ ଅବତରଣ କରିବ ବୋଲି ଆଶା କରାଯାଉଛି। ବିକ୍ରମ ପକ୍ଷରୁ ଚନ୍ଦ୍ରର ଦୂର ପାର୍ଶ୍ବର ଫଟୋ ଉତ୍ତୋଳନ କରି ପୃଥିବୀକୁ ପଠାଇଛି। ଚନ୍ଦ୍ରର ଏହି ଗୋଲାର୍ଦ୍ଧଟି ସବୁବେଳେ ପୃଥିବୀକୁ ପଛ କରି ରହିଥାଏ।

Leave A Reply

Your email address will not be published.