ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆମେରିକାର ହ୍ୱାଇଟ୍ ହାଉସ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି । ଭାରତ ଗସ୍ତରେ ଆସିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ହ୍ୱାଇଟ ହାଉସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଆସନ୍ତା ମାସ ୭ ରୁ ୧୦ ତାରିଖ ଭାରତ ଗସ୍ତରେ ଆସିବେ ବିଶ୍ୱର ଅନ୍ୟତମ କ୍ଷମତାଶୀଳ ନେତା ବାଇଡେନ୍ । ରାଜଧାନୀ ଦିଲ୍ଲୀରେ ଜି -୨୦ ସମ୍ମିଳନୀ ଆୟୋଜନ ହେଉଛି । ଏହି ସମ୍ମିଳନୀରେ ଯୋଗ ଦେବାକୁ ସେ ଆସୁଥିବା ଖବର ମିଳିଛି।
ଜଳବାୟୁ ପରିବର୍ତ୍ତନ, ଜି -୨୦ ଦେଶ ସହ ସ୍ୱଚ୍ଛ ଶକ୍ତି ସମେତ ବିଭିନ୍ନ ପ୍ରସଙ୍ଗରେ ବାଇଡେନ ଆଲୋଚନା କରିବେ । ଏହା ବ୍ୟତୀତ ବିଶ୍ୱର ଆହ୍ୱାନର ମୁକାବିଲା, ଦାରିଦ୍ର୍ୟର ମୁକାବିଲା ପାଇଁ ବିକାଶ ବ୍ୟାଙ୍କର ଦକ୍ଷତା ବୃଦ୍ଧି ଉପରେ ମଧ୍ୟ ଆଲୋଚନା ହେବ ।