ସୁପ୍ରିମକୋର୍ଟରୁ ଆଜମ୍ ଖାନଙ୍କୁ ଆଶ୍ୱସ୍ତି

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ସୁପ୍ରିମକୋର୍ଟରୁ ଆଜମ ଖାନଙ୍କୁ ମିଳିଛି ଆଶ୍ୱସ୍ତି । ସମାଜବାଦୀ ପାର୍ଟି ନେତା ଆଜମ ଖାନ ୨୦୦୭ରେ ରାମପୁରର ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ବିରୋଧରେ ଆପତ୍ତିଜନକ ବିବୃତ୍ତି ମାମଲାର ବୁଧବାର ସୁପ୍ରିମକୋର୍ଟରେ ଶୁଣାଣି କରାଯାଇଥିଲା। ଶୁଣାଣି ସମୟରେ ଆଜମ ଖାନଙ୍କୁ ଆଶ୍ୱସ୍ତି ପ୍ରଦାନ କରି କୋର୍ଟ ଟ୍ରାଏଲ କୋର୍ଟର ଆଦେଶକୁ ସ୍ଥଗିତ ରଖିଛନ୍ତି। ଏହା ବ୍ୟତୀତ ଆଜମ ଖାନଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ଉତ୍ତରପ୍ରଦେଶ ସରକାରଙ୍କୁ ନୋଟିସ ଦେଇଛନ୍ତି।

ଭଏସ୍‌ ସାମ୍ପଲ୍‌ ଦେବା ପାଇଁ ନିମ୍ନ ଅଦାଲତର ନିର୍ଦ୍ଦେଶ ବିରୋଧରେ ଆଜମ ଖାନ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ। ଏସପି ନେତାଙ୍କ ଓକିଲ କପିଲ ସିବଲ ମଙ୍ଗଳବାର ଏହି ଆବେଦନ ଉପରେ ଶୁଣାଣି କରିବାକୁ ଦାବି କରିଥିଲେ। ଏହା ପରେ ବୁଧବାର ସୁପ୍ରିମକୋର୍ଟ ଏକ ଶୁଣାଣି କରିବେ ବୋଲି କହିଥିଲେ।

 

Leave A Reply

Your email address will not be published.