ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆଜି ଚନ୍ଦ୍ରରେ ଇତିହାସ ରଚିବ ଭାରତ । ଆଉ କିଛି ସମୟ ପରେ ଇସ୍ରୋର ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ସପ୍ଟ ଲ୍ୟାଣ୍ଡିଂ କରିବ । ଯଦି ଏହା ଘଟେ ତେବେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବାରେ ଭାରତ ବିଶ୍ୱର ପ୍ରଥମ ଦେଶ ହେବ। କେବଳ ଭାରତ ନୁହେଁ, ସମଗ୍ର ବିଶ୍ୱ ଏହି ଐତିହାସିକ ମୁହୂର୍ତ୍ତ ପାଇଁ ଅପେକ୍ଷା କରିଛି। ଲ୍ୟାଣ୍ଡର (ବିକ୍ରମ) ଏବଂ ରୋଭର (ପ୍ରଜ୍ଞାନ)କୁ ନେଇ ଗଠିତ ଲ୍ୟାଣ୍ଡର ମଡ୍ୟୁଲ ସା ୬.୦୪ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଅବତରଣ କରିବାର ସମ୍ଭାବନା ଅଛି।
ଇସ୍ରୋ ଚନ୍ଦ୍ରାୟନ-୩ ମିଶନ ବିଷୟରେ ଏହାର କମାଣ୍ଡ ସେଣ୍ଟରର ଦୁଇଟି ଫଟୋ ପ୍ରକାଶ କରିଛି। ଏକ୍ସରେ ଏକ ପୋଷ୍ଟରେ, ଇସ୍ରୋ ସୂଚନା ଦେଇଛି ଯେ, ଲ୍ୟାଣ୍ଡର୍ ମଡ୍ୟୁଲ ଅବତରଣ ପ୍ରକ୍ରିୟା ୧୭.୪୪ରେ ଆରମ୍ଭ ହେବ। ସେଣ୍ଟରରୁ ନିର୍ଦ୍ଦେଶ ପାଇବା ପରେ ଲ୍ୟାଣ୍ଡର ମଡ୍ୟୁଲ ଏହାର ଇଞ୍ଜିନ ଆରମ୍ଭ କରିବ ଏବଂ ମିଶନ ଅପରେଶନ ଟିମ କ୍ରମାଗତ ଭାବରେ ଏହାକୁ କମାଣ୍ଡ୍ ପଠାଇବେ।