ଋଷି ନୌସେନା ମୁଖ୍ୟାଳୟରେ ୟୁକ୍ରେନର କ୍ଷେପଣାସ୍ତ୍ର ମାଡ଼, ୯ ଅଧିକାରୀ ମୃତ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ)ଋଷି ନୌସେନା ମୁଖ୍ୟାଳୟରେ ୟୁକ୍ରେନର କ୍ଷେପଣାସ୍ତ୍ର ମାଡ଼। କ୍ରିମିଆର ସେଭାଷ୍ଟୋପୋଲ ବନ୍ଦରରେ ଥିବା ରୁଷିଆର କୃଷ୍ଣସାଗର ନୌସେନା ଘାଟିରେ ୟୁକ୍ରେନ କ୍ଷେପଣାସ୍ତ୍ର ମାଡ଼ କରିଛି। ଅର୍ନ୍ତଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଏହି ଆକ୍ରମଣରେ ଋଷିଆର ୯ ଜଣ ଅଧିକାରୀଙ୍କ ମୃତ୍ୟୁ ଘଟିଛି ବୋଲି ଶନିବାର ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରଣାଳୟ ସ୍ପଷ୍ଟ କରିଛି। ଏଥିସହ ଏହି ଆକ୍ରମଣରେ ୧୬ଜଣ ଆହତ ହୋଇଛନ୍ତି। ୟୁକ୍ରେନ ଏହି ଆକ୍ରମଣର ଭିଡିଓକୁ ଜାରି କରିଛି। ଭିଡିଓରେ ୟୁକ୍ରେନ ଦ୍ୱାରା ଛଡାଯାଇଥିବା ମିସାଇଲ କୃଷ୍ଣସାଗରରେ ଋଷିଆ ନୌସେନାର ମୁଖ୍ୟାଳୟ ଉପରେ ପଡୁଥିବା ଦେଖାଯାଉଛି। ଏହା ପରେ ବିଲ୍ଡିଂରେ ନିଆଁ ଲାଗିଯାଇଥିଲା।

ୟୁକ୍ରେନର ଡିଫେନ୍ସ ଇଣ୍ଟେଲିଜେନ୍ସ ମୁଖ୍ୟ କିରିଲ ବୁଡାନୋଭ ଭଏସ ଅଫ ଆମେରିକାକୁ କହିଛନ୍ତି ଯେ, ମୃତକଙ୍କ ମଧ୍ୟରେ ଋଷିଆର ଅଛନ୍ତି  ଦୁଇ ଜେନେରାଲ ।

Leave A Reply

Your email address will not be published.