ପଶ୍ଚିମ ଏସୀୟ ଦେଶରେ ବନ୍ଦୀ ଥିବା ଭିଖାରୀଙ୍କ ମଧ୍ୟରେ ୯୦ ପ୍ରତିଶତ ପାକିସ୍ତାନ ନାଗରିକ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ପୁଣି ପାକିସ୍ତାନ ନାମରେ ଆଉ ଏକ ବଦନାମ ସାମ୍ନାକୁ ଆସିଛି । ପଶ୍ଚିମ ଏସୀୟ ଦେଶରେ ପାକିସ୍ତାନ ନାଗରିକ ମାନେ ଭିକ୍ଷାବୃତ୍ତି କରୁଥିବା ଘଟଣା ଦେଖିବାକୁ ମିଳୁଛି । ଏହାକୁ ନେଇ ପଶ୍ଚିମ ଏସୀୟ ଦେଶ ମଧ୍ୟ ଅସୁବିଧାରେ ପଡିଛନ୍ତି । ସମ୍ପ୍ରତି ସୂଚନା ଅନୁଯାୟୀ, ପଶ୍ଚିମ ଏସିଆ ଦେଶରେ ଭିକ ମାଗିବାକୁ ନେଇ ବହୁ ସଂଖ୍ୟକ ଲୋକ ଜେଲରେ ଅଛନ୍ତି ବୋଲି ଜଣାପଡିଛି । ଆଶ୍ଚର୍ଯ୍ୟର କଥା ହେଉଛି, ଭିକ୍ଷା ବୃତ୍ତିକୁ ନେଇ ଜେଲରେ ଥିବା ଲୋକଙ୍କ ଭିତରେ ୯୦ ପ୍ରତିଶତ ଲୋକ ପାକିସ୍ତାନର । ଏହି ପରିସ୍ଥିତିରୁ ପାକିସ୍ତାନର ଆଭ୍ୟନ୍ତରୀଣ ପରିସ୍ଥିତି କ’ଣ ରହିଛି, ତାହା ଆକଳନ କରାଯାଉଛି ।  ସାଉଦି ଆରବ ଏବଂ ଇରାକ ଭଳି ଦେଶ ମଧ୍ୟ ଭିକ ମାଗିବା ପ୍ରଥା ବନ୍ଦ କରିବାକୁ ପାକିସ୍ତାନ ସରକାରଙ୍କୁ ଅନୁରୋଧ କରିଛନ୍ତି । ପ୍ରବାସୀ ପାକିସ୍ତାନୀ ସଚିବ ଜିଶାନ ଖାନଜଡା ନିକଟରେ ଏକ ସ୍ଥାୟୀ କମିଟିକୁ ଏହି ସୂଚନା ଦେଇଛନ୍ତି।

କେବଳ ଏତିକି ନୁହେଁ, ମକ୍କାର ଗ୍ରାଣ୍ଡ ମସଜିଦ ଭିତରେ ଗିରଫ ହୋଇଥିବା ଅଧିକାଂଶ ଭିଖାରୀ ପାକିସ୍ତାନର ।  ପାକିସ୍ତାନର ଜିଓ ନ୍ୟୁଜ୍ ଉର୍ଦ୍ଦୁ ଅନୁଯାୟୀ, ଇରାକ ଏବଂ ସାଉଦି ଆରବର ରାଷ୍ଟ୍ରଦୂତମାନେ କହିଛନ୍ତି ଯେ, ପାକିସ୍ତାନୀ ଭିକାରୀମାନେ ତିର୍ଥଯାତ୍ରା ଭିସା ଉପରେ ବିଦେଶ ଯାତ୍ରା କରନ୍ତି ଏବଂ ପରେ ରାସ୍ତାରେ ଭିକ ମାଗନ୍ତି । ଏହି ବ୍ୟକ୍ତିମାନେ ଭିସା ପାଆନ୍ତି ଏବଂ ପରେ ଅନ୍ୟ ଦେଶରେ ଭିକ୍ଷା ମାଗନ୍ତି ବୋଲି ସେ କହିଛନ୍ତି । ପାକିସ୍ତାନରୁ ମଧ୍ୟପୂର୍ବକୁ ବିମାନଗୁଡ଼ିକ ପ୍ରାୟତ  ଭିକାରୀମାନଙ୍କ ଦ୍ୱାରା ପୂର୍ଣ୍ଣ ହୋଇଥାଏ । ୟୁଏଇରେ ୧୬ ଲକ୍ଷ ପାକିସ୍ତାନୀ ଏବଂ କତାରରେ ୨ ଲକ୍ଷ ପାକିସ୍ତାନୀ ଅଛନ୍ତି ବୋଲି ଏକ ରିପୋର୍ଟରେ ଦର୍ଶାଯାଇଛି ।

Leave A Reply

Your email address will not be published.