ଦିର୍ଘ ଦିନର ନିରବତା ପରେ ନିର୍ବାଚନ ପ୍ରଚାର ମଇଦାନରେ ଉଭାହେଲେ ବରିଷ୍ଠ ରାଜନେତା ଡ଼ା ଦାମୋଦର ରାଉତ | କୁଜଙ୍ଗ ବ୍ଲକ୍ ର ଗରେଇ ଏବଂ ବାଗୋଇ ପଞ୍ଚାୟତରେ ବିଜେଡି ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟା ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିଛନ୍ତି ସେ | ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ଗରେଇ ପଞ୍ଚାୟତରେ ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀନୀ ଦିପ୍ତିରେଖା ଲେଙ୍କା ଓ ସମିତି ସଭ୍ୟା ପ୍ରାର୍ଥୀନୀ ଅମ୍ବିକା ବିଶ୍ବାଳଙ୍କ ପାଇଁ ପୂର୍ବତନ ମନ୍ତ୍ରୀ ଡାଃ ଦାମୋଦର ରାଉତ ନିର୍ବାଚନ ପ୍ରଚାର କରିଛନ୍ତି। ଖୋଲା ଜିପ୍ ରେ ବସି ଏକ ବିରାଟ ବାଇକ୍ ରାଲି ଯୋଗେ ପ୍ରାର୍ଥୀ ମାନଙ୍କ ସହ ପଞ୍ଚାୟତ ପରିକ୍ରମା କରିଛନ୍ତି । ଏହି ନିର୍ବାଚନ ପ୍ରଚାରରେ ଡ଼ା ରାଉତ ପଞ୍ଚାୟତରେ ଭଲ ପ୍ରାର୍ଥୀଙ୍କୁ ବିଜୟୀ କରିବା ଉଦ୍ଦେଶ୍ୟରେ ଏହି ପ୍ରଚାରରେ ସାମିଲ ହୋଇଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରତିକ୍ରିୟା ଦେଇଥିଲେ।
ତେବେ ଗରେଇ ପଞ୍ଚାୟତରେ ଗତ ଦୁଇଥର ନିର୍ବାଚିତ ହୋଇଥିବା ସରପଞ୍ଚ ଜଣେ ଜନସ୍ବାର୍ଥ ବିରୋଧୀ ବ୍ଯକ୍ତି ବୋଲି ସେ କହିଛନ୍ତି | ତେଣୁ ଚଳିତ ନିର୍ବାଚନରେ ଗରେଇ ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀନୀ ଦିପ୍ତିରେଖା ଲେଙ୍କା ଓ ସମିତି ସଭ୍ୟା ପ୍ରାର୍ଥୀନୀ ଅମ୍ବିକା ବିଶ୍ବାଳଙ୍କୁ ଭୋଟ୍ ଦେବାକୁ ଡା. ରାଉତ ଅନୁରୋଧ କରିଛନ୍ତି | ତେବେ ଡା. ରାଉତ ଗତ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ଛାଡି ବିଜେପି ଦଳରୁ ବିଧାୟକ ପ୍ରାର୍ଥୀ ହେବାସହ ନିର୍ବାଚନ ହାରିବା ପରେ ବିଜେପି ଦଳ ତ୍ଯାଗ କରିଥିଲେ | ହେଲେ ଏଯାଏ ଡା. ରାଉତ ବିଜେଡିରେ ଯୋଗ ଦେଇନଥିଲେ ମଧ୍ଯ ହଠାତ୍ କାହିଁକି ବିଜେଡି ବ୍ଯାନରରେ ନିର୍ବାଚନ ପ୍ରଚାରକୁ ଓହ୍ଲାଇଛନ୍ତି ତାହା ସମସ୍ତଙ୍କ ମନରେ ପ୍ରଶ୍ନବାଚି ସ୍ରୁଷ୍ଟି କରିଛି |