ଓଡ଼ିଆ ନ୍ୟୁଜ, ସୁବର୍ଣରେଖା : ଚାଲିଥିଲା ଚୋରାପିରତି ହେଲେ ସବୁ ରାତି ଚୋରଙ୍କ ପାଇଁ ଅନ୍ଧାର ଥିବାବେଳେ ରାତିର ଅନ୍ଧାରର ସୁଯୋଗ ନେଇ ଚାଲିଥିଲା ଅନ୍ତରାଜ୍ୟ ବାଲିଚୋରା ଚାଲାଣ ଆଉ ମାଡି ବସିଲେ ବିଳମ୍ବିତ ରାତ୍ରିରେ ପେଟର୍ଲିଙ୍ଗ କରୁଥିବା ପୋଲିସ ମାମୁଁ ।ସୁବର୍ଣରେଖା ନଦୀରୁ ବଡ଼ ବଡ଼ ହାଇୱା ଗାଡି ଦ୍ଵାରା ବେଆଇନ ବାଲି ଚାଲାଣ ହେଉଥିବା ଖବର ପାଇଁ ଝାରପୋଖରିଆ ଥାନାର ପାଟ୍ରୋଲିଙ୍ଗ ଟିମ ସାରସକଣା ତହସିଲ ଅନ୍ତର୍ଗତ ପାଣ୍ଡରା ନଦୀ ଘାଟରୁ ବାଲି ନେଇ ରୁଗୁଡିସାହି ରାସ୍ତାରେ ଯାଉଥିବା ବେଳେ ଝାଡଖଣ୍ଡ ରାଜ୍ୟର ରେଜିଷ୍ଟ୍ରେସନ ନମ୍ବର ଥିବା ୭ଟି ହାଇୱା ଗାଡି ଉକ୍ତ ରାସ୍ତା ପାର୍ଶ୍ଵ, ଜମି ଓ କେନାଲ କଡରେ ବାଲି ଗୁଡିକୁ ବିକ୍ଷିପ୍ତ ଭାବରେ ଅନଲୋଡ କରିବା ସହ ଦ୍ରୁତ ଗତିରେ ଖସିଯିବାକୁ ଉଦ୍ୟମ କଲାବେଳେ ପୁଲିସ ଟିମ ହାତରେ ଧରା ପଡ଼ିଥିଲେ।
ଉପରୋକ୍ତ ଗାଡି ଚାଳକଙ୍କ ମଧ୍ୟରୁ ଜଣେ ଲୁଚି ଖସିଯିବାକୁ ସମର୍ଥ ହୋଇଥିବା ବେଳେ ବାକି ୬ ଜଣ ଚାଳକ କୌଣସି ପରମିଟ ତଥା ଆବଶ୍ୟକୀୟ କାଗଜପତ୍ର ଦେଖାଇ ନପାରିବାରୁ ଉପରୋକ୍ତ ୭ଟି ହାଇୱା ଏବଂ ୬ଟି ମୋବାଇଲ ଫୋନ ସହିତ ୬ ଜଣ ଚାଳକ ରହିଛନ୍ତି ।ତେବେ ସେମାନଙ୍କୁ ଝାରପୋଖରିଆ ଥାନାରେ ପୋଲିସ ଅଟକ ରଖିଛି । ଘଟଣାର ସବିଶେଷ ତଦନ୍ତ ବେଳେ ଘଟଣାସ୍ଥଳ ପରିଦର୍ଶନ ସମୟରେ ଯଥେଷ୍ଟ ପ୍ରମାଣ ମିଳିବାରୁ ଏହି ମାମଲାରେ ଝାରପୋଖରିଆ ଥାନା କେସ ନମ୍ବର ୨୪୭/୨୩ ରୁଜୁ କରାଯାଇ ସେମାନଙ୍କୁ ଆଜି କୋଟ ଚାଲାଣ କରାଯିବ ବୋଲି ଝାରପୋଖରିଆ DSP ସୁଚିସ୍ମିତା ଦାସ ସୂଚନା ଦେଇଛନ୍ତି ।
ତେବେ ସାରସକଣା ଅଞ୍ଚଳର ଅନେକ ହିତାଧିକାରୀ ଆବାସ ଯୋଜନାରେ ଘର ପାଇ ବାଲି ଅଭାବ ଓ ବାଲି ଚଢା ଦର ଥିବାରୁ ଘର କରିପାରୁ ନ ଥିବା ବେଳେ ଅନ୍ତରାଜ୍ୟ କୁ ଚୋରା ଚାଲାଣ ହେଉଛି ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି । ତେବେ ସ୍ଥାନୀୟ ତହସିଲଦାର ମନୋଜ କୁମାର କାର୍ଜି ସବୁ ଦେଖି ସବୁ ଶୁଣି ଗାନ୍ଧାରୀ ସାଜିଥିବା କୋଟି କୋଟି ଟଙ୍କାର ରାଜସ୍ବ ହରାଉଛନ୍ତି ସରକାର ,ଆଉ ତହସିଲଦାରଙ୍କ କାମ ପୋଲିସ କରୁଛି ବୋଲି ସାଧାରଣରେ ଆଲୋଚନା ହେଉଛି ।