ବାପାମାଆ ଛେଉଣ୍ଡ କୁନି ଭଉଣୀକୁ ସ୍ବ ରୋଜଗାର କ୍ଷମ କରିବା ପାଇଁ ତୁଳସୀ କ୍ଷେତ୍ର ହେଲ୍ପ ଫାଉଣ୍ଡେସନ୍ରର ସହାୟତା

0

ଝଡ ଆଉ ଦୁଃଖ ଦୁହେଁ ସମାନ କେତେ ବେଳେ କେଉଁଠି ହଟାତ ଆସେ ବୁଝି ହୁଏନା, ଏମିତି ଏକ ଦୁଃଖର ଝଡ କେନ୍ଦ୍ରାପଡ଼ା ଜିଲ୍ଲା ପଟାମୁଣ୍ଡାଇ ବ୍ଲକ ତନପୁର ଗ୍ରାମର ଗୁଲେଖ ମଲ୍ଲିଙ୍କ ଗରିବ ପରିବାର ଉପରେ ମାଡି ଯାଇଛି, ପରିବାରରେ ବାପା,”ମା” ୩ ଜଣ କୁନି କୁନି ପିଲା, ବାପା,”ମା” ମୂଲ ଲାଗି ୩ ଜଣ ପିଲାଙ୍କ ମୁହଁରେ ହସ ଫୁଟାଉଥିଲେ , ହେଲେ ଏମିତି ଝଡ ବହିଆସିଲା ଏ ପରିବାର ଉପରେ,ଯାହା ପରିବାରରକୁ ବେସାହାରା କରି ଦେଲା ,ଗୁଲେଖ ମଲ୍ଲିକ ୨ ବର୍ଷ ତଳେ ଟିଭି ରୋଗରେ ଆକ୍ରାନ୍ତ ହେଇ କିଛି ଦିନ ପଡି ରହିଲେ ଧାର କରଜ କରି ପତ୍ନୀ ସ୍ୱାମୀଙ୍କ ଜୀବନ ବଞ୍ଚାଇବାକୁ ଚେଷ୍ଟା କଲେ ହେଲେ ଶେଷରେ ହାରିଗଲେ, ସ୍ୱାମୀ ଗୁଲେଖ ମଲ୍ଲିକ ଶେଷରେ ଟିଭି ରୋଗରେ ସବୁ ଦିନ ପାଇଁ ୩ ଜଣ କୁନି କୁନି ପିଲାଙ୍କୁ ବାପା ଛେଉଣ୍ଡ କରି,ସ୍ତ୍ରୀ କୁ ବିଧବା ସଜେଇ ଆର ପାରିକୁ ଚାଲିଗଲେ, ଏତେ ଦୁଃଖ ପଡିଗଲା ପରିବାର ଉପରେ ବୋଝ ଉପରେ ନଳିତା ବିଡା ଯେମିତି,କେମିତି ଏ ୩ ଜଣ କୁନି କୁନି ପିଲାମାନଙ୍କୁ ପାଠ ପଢେଇ ମଣିଷ କରିବେ ସ୍ତ୍ରୀ,ପୁରା ବେ ସାହାରା ହେଇ ଭାଙ୍ଗି ପଡିଲେ,ବାପା ଥିଲେ ପିଲାମାନଙ୍କୁ କେହି ପଦେ କହି ପାରନ୍ତିନି,ମା ଏ ଦୁନିଆରେ କେମିତି ଏକା ୩ ଜଣ କୁନି କୁନି ପିଲାମାନଙ୍କୁ ଦୁନିଆ ଆଗରେ ଭଲ ମଣିଷ କରିବ, ଯାହା ହେଉ ଗୋଲେଖଙ୍କ ପତ୍ନୀ ନିଜର କୁନି କୁନି ପିଲାମାନଙ୍କ ମୁହଁକୁ ଚାହିଁ ଅଣ୍ଟା ଭିଡି ପର ଘରେ ପ୍ରତିଦିନ ମୂଲ ଲାଗି ପିଲାମାନଙ୍କ ମୁହଁରେ ହସ ଫୁଟାଉଥିଲେ, ଆଉ ଭାବି ନେଇଥିଲେ ,କହି ହେଉଥିଲେ ଏହି ପିଲାମାନେ ଦିନେ ବାପା ର ନାଁ ରଖିବେ,୩ ଜଣ ପିଲା ବି “ମା” ଙ୍କ ପଣତ କାନି ତଳେ ଏତେ ଖୁସି ହେଇ ଯାଇଥିଲେ, ବାପାଙ୍କ କଥା ଏତେ ମନେ ପଡୁ ନ ଥିଲା, ହେଲେ ଏ ନିଷ୍ଠୁର ଦଇବ ଏମିତା ଦାଉ ସାଧିଲା ସବୁ ଓଲଟ ପାଲଟ କରି ଦେଲା, ଗୋଲେଖଙ୍କ ସ୍ତ୍ରୀ କିଛି ଦିନ ତଳେ ସବୁ ଦିନ ପାଇଁ ୩ ଜଣ କୁନି କୁନି ପିଲାଙ୍କୁ “ମା “ଛେଉଣ୍ଡ କରି ସବୁ ଦିନ ପାଇଁ ସ୍ୱାମୀ ଗୋଲେଖଙ୍କ ପାଖକୁ ଆର ପାରିକୁ ଚାଲିଗଲେ, ବାପା “ମା” ଚାଲିଗଲା ପରେ କିଏ ଆଉ ଏ ୩ ଜଣ କୁନି କୁନି ପିଲାମାନଙ୍କୁ ମଣିଷ କରିବ, କିଏ ସେମାନଙ୍କୁ ଦୁନିଆ ଦେଖାଇବ, ଅନ୍ଧ କେବେ ଆଲୁଅର ମୂଲ୍ଯ ବୁଝି ପାରେନା, ବାପା, “ମା ” ଚାଲିଗଲା ପରେ ପିଲାମାନଙ୍କ ଭୋକିଲା ପେଟ କେହି ବୁଝି ପାରେନା, ବାପା ଥିଲେ ପିଲାମାନଙ୍କୁ ଖରା କାକର ସହି ବରଗଛ ସାଜି ଛାଇ ଦେଇଥାଏ, ଆଉ “ମା” ଥିଲେ ପିଲାମାନଙ୍କର ଭୋକିଲା ପେଟ କଥା ବୁଝି ଥାଏ, ଯେଉଁଠି ବାପା, “ମା ” ଦୁହେଁ ନାହାଁନ୍ତି, ସେ ପିଲାମାନଙ୍କ ଭବିଷ୍ଯତ କଣ ହେବ।
ସେହି କୁନି କୁନି ପିଲାମାନଙ୍କର ଭବିଷ୍ଯତକୁ ଆଖିରେ ରଖି ତୁଳସୀ କ୍ଷେତ୍ର ହେଲ୍ପ ଫାଉଣ୍ଡେସନ୍ କେନ୍ଦ୍ରାପଡ଼ା, ଓଡ଼ିଶା ପରିବାର ତରଫରୁ କୁନି ଭଉଣୀ ନିଜେ କେମିତି ସ୍ବ ରୋଜଗାର କ୍ଷମ ହେବ ସେଥିଲାଗି ତାଙ୍କୁ ଟେଲର ମେସିନ୍, କମ୍ବଳ ସହିତ ବହି, ଖାତା, କଲମ ଯୋଗାଇ ଦେଇଛନ୍ତି।
_ଏହି ମହତ୍ବପୂର୍ଣ୍ଣ କାର୍ଯ୍ୟ ରେ ମୁଖ୍ଯ ପ୍ରତିଷ୍ଠାତା ଅଶ୍ବିନୀ ପାତ୍ର, ମୁଖ୍ଯ ପ୍ରତିଷ୍ଠାତା ବିଭୁତି ବିଶ୍ବାଳ, ସଭାପତି ସୁପ୍ରିୟ ରାଉତ, ଉପସଭାପତି ଅଚ୍ଛୁତାନନ୍ଦ ସାମଲ,ସମ୍ପାଦକ ଅଲେଖ ସାମଲ, ଉପସମ୍ପାଦକ ଆଶୁତୋଷ ବିଶ୍ବାଳ, କୋଷାଧ୍ୟକ୍ଷ କାଶିନାଥ ବାରିକ୍, ହିମାଂଶୁ ସାହୁ, ରାଜେନ୍ଦ୍ର ସାହୁ, ଗୌତମ ଦାସ, ରଞ୍ଜିତୀ ବିଶ୍ବାଳ,କିରନ ବିଶ୍ବାଳ, ଟୁବୁଲା ସାମଲ ପ୍ରମୁଖ ଯୋଗଦେଇଥିଲେ

Leave A Reply

Your email address will not be published.