ରାଜ୍ୟ ସୀମାନ୍ତବର୍ତୀ ଅଞ୍ଚଳରେ ଅନୁପ୍ରବେଶକାରୀ ଉପରେ କଡା ଯାଞ୍ଚ କରାଯାଉଛି।

0

ମୟୁରଭଞ୍ଜ ଜିଲ୍ଲାର ତିନିରାଜ୍ୟ ସୀମାନ୍ତବର୍ତୀ ଅଞ୍ଚଳରେ ଅନୁପ୍ରବେଶକାରୀ ଉପରେ କଡା ଯାଞ୍ଚ ଆରମ୍ଭ କରାଯାଇଛି। ମୟୂରଭଞ୍ଜ ଜିଲ୍ଲା ପ୍ରଶାସନର ନିଷ୍ପତି ମୁତାବକ ଜିଲ୍ଲା ପୋଲିସ ନିର୍ଦ୍ଦେଶ କ୍ରମେ ଝାରପୋଖରୀଆ ପୋଲିସ ଦ୍ୱାରା ବମ୍ବେଛକ ବଜାରରେ ପ୍ରତ୍ୟେକ ଦିନ ମଧ୍ୟରାତ୍ରରୁ ସକାଳ ପର୍ଯ୍ୟନ୍ତ କଡାକଡି ଭାବେ ଯାନବାହନ ଗୁଡିକର1ତଲାସୀ କରାଯାଉଛି। ଝାରଖଣ୍ଡ ଓ ପଶ୍ଚିମବଙ୍ଗ ରୁ ଆସୁଥିବା ସମସ୍ତ ଚାରିଚକିଆ ଜାନ ଓ ମଟରସାଇକେଲ କୁ ପୋଲିସ ଅଟକ କରି ଯାଞ୍ଚ ଚଳାଇଛି। ତେବେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନରେ କୌଣସି ପ୍ରକାର ଅସୁବିଧା ସୃଷ୍ଟି ନହେଉ ଏଣୁ ପୋଲିସ ତରଫରୁ ଏହି ପଦକ୍ଷେପ ନିଆଯାଉଛି। ତେବେ ଝାରପୋଖରୀଆ ଥାନା ଓଡିଶା ପଶ୍ଚିମବଙ୍ଗ ଝାରଖଣ୍ଡ ରାଜ୍ୟର ସୀମାନ୍ତ ରେ ରହିଥିବା କାରଣରୁ କେବଳ ରାଜ୍ୟ ଭିତର ନୁହେ ବରଂ ପୋଡ଼ସି ରାଜ୍ୟର ଅବାଧ ବିଚରଣ ଉପରେ ମଧ୍ୟ ନଜର ରଖିବାକୁ ପଡେ ସୁରକ୍ଷା ଦୃଷ୍ଟିକୋଣରୁ।

Leave A Reply

Your email address will not be published.