ଭୁବନେଶ୍ବର ଖୋଲିଲା ସବୁ ଧର୍ମାନୁଷ୍ଠାନ: ୧୫ ବର୍ଷ ବୟସରୁ କମ ପିଲା ଯିବା ପାଇଁ ଅନୁମତି ଦେଲା ବିଏମସି

0

ଭୁବନେଶ୍ବର(ଓଡିଆ ନ୍ୟୁଜ୍): କମିଲା କୋରୋନା ସଂକ୍ରମଣ, ଭକ୍ତ ଭଗବାନଙ୍କର ହେଲା ମିଳନ । ରାଜଧାନୀରେ ଖୋଲିଲା ସମସ୍ତ ଧର୍ମାନୁଷ୍ଠାନ ।ଓମିକ୍ରନ୍ ଯୋଗୁଁ ମାସାଧିକ କାଳ ବନ୍ଦ ଥିବା ବେଳେ ଆଜିଠାରୁ ରାଜଧାନୀର ସମସ୍ତ ଧର୍ମାନୁଷ୍ଠାନ ଖୋଲିଛି।କୋଭିଡ୍ ନିୟମ ମାନି ଭଗବାନଙ୍କୁ ଦର୍ଶନ କଲେ ଶ୍ରଦ୍ଧାଳୁ । ୧୫ବର୍ଷରୁ କମ ବୟସର ପିଲାଙ୍କୁ ମନ୍ଦିର ପ୍ରବେଶ ପାଇଁ ଅନୁମତି ଦେଲା ବିଏମସି ।  ସକାଳୁ ସକାଳୁ ଭୁବନେଶ୍ବରର ବିଭିନ୍ନ ଦେବାଦେବୀ ପୀଠରେ ଶ୍ରଦ୍ଧାଳୁ ମାନଙ୍କ ଭିଡ ଦେଖିବାକୁ ମିଳିଛି। ସବୁଠି ବିଏମସି ପକ୍ଷରୁ କୋଭିଡ୍ ନିୟମ ଅନୁଯାୟୀ ଦର୍ଶନ କରିବାର ବ୍ୟବସ୍ଥା କରାଯାଇଛି।

ରାଜଧାନୀର ପ୍ରମୁଖ ଶୈବପୀଠ ଲିଙ୍ଗରାଜ ମନ୍ଦିରରେ ସ୍ଵତନ୍ତ୍ର ବ୍ୟବସ୍ଥା ହୋଇଥିବା ବେଳେ ମନ୍ଦିର ଭିତରେ ଏକାଥରେ ୧୦୦ଜଣ ଶ୍ରଦ୍ଧାଳୁ ଦର୍ଶନ କରିପାରିବେ ବୋଲି ବିଏମସି ପକ୍ଷରୁ ଅନୁମତି ମିଳିଛି। ଦୀର୍ଘ ୨ ବର୍ଷ ପରେ ମନ୍ଦିର ଆସି ଥିବାରୁ ପିଲା ମାନଙ୍କ ଭିତରେ ଉତ୍ସହ ଦେଖିବାକୁ ମିଳିଥିଲା । କୋଭିଡ କଟକଣା ଭିତରେ ମୁହଁରେ ମାସ୍କ ଏବଂ ସାମାଜିକ ଦୂରତା  ଭିତରେ ଆଜିଠୁ ଦର୍ଶନ କରାଯାଇଥିଲା । କେବଳ ମନ୍ଦିର ନୁହେଁ ଚର୍ଚ୍ଚ , ମସଜିଦରେ ମଧ୍ୟ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

Leave A Reply

Your email address will not be published.