ଆଜି କିଙ୍ଗ ଖାନଙ୍କ ଜନ୍ମଦିନ

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ):  ବଲିଉଡ୍ ଇଣ୍ଡଷ୍ଟ୍ରୀର ଭାଗ୍ୟବିଧାତା ସାଜିଛନ୍ତି କିଙ୍ଗ୍ ଖାନ୍। ମଝି ଦରିଆରେ ବୁଡିଯାଉଥିବା ବଲିଉଡ୍‌କୁ ଉଦ୍ଧାର କରିଦେଇଛନ୍ତି ଶାହରୁଖ । ଫିଲ୍ମ ‘ପଠାନ ‘ ମାଧ୍ୟମରେ ସେ ବଲିଉଡ୍‌ର ମର୍ଯ୍ୟାଦାର ରଖିନେଇଛନ୍ତି। ବର୍ତ୍ତମାନ ସେ ଫିଲ୍ମ ‘ଜବାନ’ର ସଫଳତାର ଉତ୍ସାହରେ ବ୍ୟସ୍ତଥିବା ବେଳେ ତାଙ୍କ ପ୍ରଶଂସକଙ୍କ ପାଇଁ ନଭେମ୍ବର ୨ ସବୁବେଳେ ଏକ ବିଶେଷ ଦିନ ହୋଇ ରହିବ।

କାରଣ ଏହିଦିନ କିଙ୍ଗ ଖାନ୍‌ ଜନ୍ମ ଗ୍ରହଣ କରିଥିଲେ। ଶାହାରୁଖ ଖାନଙ୍କୁ ଦୀର୍ଘ ବର୍ଷ ଧରି ବଲିଉଡର କିଙ୍ଗ, ବାଦଶାହ ଏବଂ ସୁପରଷ୍ଟାର କୁହାଯାଏ। କିନ୍ତୁ ପ୍ରକୃତ ଅର୍ଥରେ, ଏହି ବର୍ଷ ସେ ପ୍ରମାଣ କରିଛନ୍ତି ଯେ ଯଦି ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଜଣେ କିଙ୍ଗ୍‌ ଅଛନ୍ତି, ତେବେ ଏହା ଶାହାରୁଖ ଖାନ । ଶାହାରୁଖଙ୍କ ପଠାନ ୨୫ ଜାନୁୟାରୀ ୨୦୨୩ରେ ମୁକ୍ତିଲାଭ କରିଥିଲା। ସିଦ୍ଧାର୍ଥଙ୍କ ନିର୍ଦ୍ଦେଶିତ କିଙ୍ଗ ଖାନଙ୍କ ଏହି ଚଳଚ୍ଚିତ୍ର ଦେଖିବା ପାଇଁ ଦେଶର ପ୍ରେକ୍ଷାଳୟରେ ଲମ୍ବା ଧାଡି ଲାଗିଥିଲା। ସମସ୍ତେ ଚଳଚ୍ଚିତ୍ର ଦେଖିବା ପାଇଁ ଖୁବ୍‌ ଆଗ୍ରହ ଥିଲେ। ଫଳାଫଳ ହେଲା ଫିଲ୍ମର ହିନ୍ଦୀ ଭର୍ସନ ୫୪୩ କୋଟିରୁ ଅଧିକ ଆୟ କରିଛି। ନବେ ଦଶକରେ ଶାହରୁଖ ଖାନ ବଲିଉଡରେ ପ୍ରବେଶ କରିଥିଲେ।

ତାହା ଏହି ସମୟ ଥିଲା ଯେତେବେଳେ ଦେଶର ରାଜନୈତିକ, ସାମାଜିକ ତଥା ଅର୍ଥନୈତିକ କ୍ଷେତ୍ରରେ ଏକାସାଙ୍ଗରେ ଅନେକ ଘଟଣା ଘଟୁଥିଲା। ବିଶ୍ୱ ସ୍ତରରେ ମଧ୍ୟ ଏହା ଅଶାନ୍ତିର ସମୟ ଥିଲା। ସେତେବେଳେ ଅର୍ଥନୈତିକ ଉଦାରୀକରଣକୁ ନେଇ ଦେଶରେ ସ୍କ୍ରିପ୍ଟ ଲେଖାଯାଉଥିଲା। ଏସବୁ ମଧ୍ୟରେ ଶାହରୁଖ ଖାନ ପରଦାରେ ରୋମାନ୍ସର ଏକ ନୂଆ ସଂଜ୍ଞା ସୃଷ୍ଟି କରିଥିଲେ। ସେ ହିଁ ହିନ୍ଦୀ ସିନେମାରେ ସୁପରଷ୍ଟାରର ସଂଜ୍ଞା ପରିବର୍ତ୍ତନ କରିଥିଲେ।

Leave A Reply

Your email address will not be published.