ରାଜନୀତି କରିବେ କଙ୍ଗନା!

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ବଲିଉଡର ଲୋକପ୍ରିୟ ଅଭିନେତ୍ରୀ କଙ୍ଗନା ରଣାୱତ ସବୁ ବେଳେ ଲାଇମ୍ ଲାଇଟରେ ରୁହନ୍ତି । ରାଜନୀତି ହେଉ ବା ସୋସିଆଲ୍ ମିଡିଆ । ସବୁ ପ୍ରସଙ୍ଗରେ ମତ ମନ୍ତବ୍ୟ ଦିଅନ୍ତି କଙ୍ଗନା । ସେ ରାଜନୀତିକୁ ଆସିବେ କି ନାହିଁ ସେ ପ୍ରଶ୍ନ ବି ସମସ୍ତେ ସବୁବେଳେ ପଚାରିଥାନ୍ତି । ଏହି ପ୍ରସଙ୍ଗରୁ ସବୁବେଳେ ଦୂରେଇ ରହୁଥିବା କଙ୍ଗନା ଏବେ ସକାରାତ୍ମକ ପ୍ରତିକ୍ରିୟା ଦେଇଛନ୍ତି । ଗୁଜରାଟର ଦ୍ୱାରକା ଗସ୍ତ ବେଳେ ଗଣମାଧ୍ୟମ କଙ୍ଗନାକୁ ନିର୍ବାଚନ ବିଷୟରେ ପଚାରିବାରୁ ସେ କହିଛନ୍ତି, ଭଗବାନ କୃଷ୍ଣଙ୍କ କୃପା ହେଲେ ଆଗାମୀ ଲୋକସଭା ନିର୍ବାଚନ ଲଢିବେ ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି ।

ତେବେ କଙ୍ଗନା କେଉଁ ଦଳରୁ, କେଉଁ ଆସନରୁ ନିର୍ବାଚନ ଲଢିବେ ସେ ନେଇ କିଛି ସଂଙ୍କେତ ଦେଇ ନାହାନ୍ତି । ତେବେ ନିର୍ବାଚନ ଲଢିବା ନେଇ କଙ୍ଗନା ସଂଙ୍କେତ ଦେବା ପରେ ଚର୍ଚ୍ଚା ହେଉଛି ବିଜେପି ଟିକେଟରେ କଙ୍ଗନା ଲଢି ପାରନ୍ତି ନିର୍ବାଚନ । ସେ ଆହୁରି ମଧ୍ୟ କହିଛନ୍ତି, ଦ୍ୱାରିକା ହେଉଛି ଦିବ୍ୟ ନଗରୀ । ଏଠାକାର ପ୍ରତିଟି ଜିନିଷ ଅଦ୍ଭୁତ ଓ ଚତ୍ମକାର । ଏଠାକାର ପ୍ରତିଟି କୋଣରେ ଦ୍ୱାରକାଧିଶ ଅଛନ୍ତି । ଦ୍ୱାରକାଧିଶଙ୍କ ଦର୍ଶନ ମାତ୍ରେ ମନପ୍ରାଣ ଧନ୍ୟ ହୋଇଯାଏ ।

ଓ ଭଗବାନ ଶ୍ରୀକୃଷ୍ଣଙ୍କ ନଗରୀ ଆମ ପାଇଁ ସ୍ୱର୍ଣ୍ଣ ବୋଲି ସେ କହିଛନ୍ତି । ସେହିଭଳି ତାଙ୍କ ଆଗାମୀ ଫିଲ୍ମ ନେଇ କଙ୍ଗନା ସୂଚନା ଦେଇଛନ୍ତି । ସେ କହିଛନ୍ତି, ଆଗକୁ ତାଙ୍କ ଫିଲ୍ମ ଇମରଜେନ୍ସି ଆସୁଛି । ଯାହାର ନିଦେ୍ର୍ଦଶନା ଦେଇଛନ୍ତି ଖୋଦ୍ କଙ୍ଗନା । ଯେଉଁଥିରେ କଙ୍ଗନା ନିଜେ ଅଭିନୟ କରିଛନ୍ତି । ନିକଟରେ କଙ୍ଗନାଙ୍କ ତେଜସ୍ ରିଲିଜ୍ ହୋଇଥିବା ବେଳେ ଏହା କୌଣସି କମାଲ୍ କରି ପାରିନି । ବିଗତ ୮ ବର୍ଷରେ କଙ୍ଗନାଙ୍କ କୌଣସି ଫିଲ୍ମ ଭଲ ଆୟ କରିପାରି ନାହିଁ । ଏବେ ତାଙ୍କ ନିଜ ନିଦେ୍ର୍ଦଶିତ ଫିଲ୍ମ କେତେ କମାଲ୍ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.