ଗଣମାଧ୍ୟମ ର ମହାପ୍ରଭାବ; ସଞ୍ଜୟ ଙ୍କୁ ସାହାଯ୍ୟ କଲେ ମନୀଷା ପଣ୍ଡା

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ):  ଗଣ ମାଧ୍ୟମ ର ମହାପ୍ରଭାବ. ସଞ୍ଜୟ ଙ୍କୁ ସାହାଯ୍ୟ କଲେ ମନୀଷା ପଣ୍ଡା | କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ଭଗବାନ ପୁର ଗ୍ରାମ ର ତିରିଶ ବର୍ଷୀୟ ଯୁବକ ସଂଜୟ କୁମାର ସ୍ୱାଇଁ ଙ୍କ ଦୁର୍ଘଟଣା ରେ ମୁଣ୍ଡ ରେ ଆଘାତ ଲାଗି ସେ କୋମା ଅବସ୍ଥା ରେ ଶଯ୍ୟାସାୟୀ ଥିବା ବିଗତ କିଛି ଦିନ ତାଳେ ବିଭିନ୍ନ ଗଣମାଧ୍ୟମ ରେ ଖବର ପ୍ରସାରଣ ହୋଇଥିଲା |

ଖବର ପ୍ରସାରଣ ପରେ ପାଟକୁରା ର ବରିଷ୍ଠ ସମାଜ ସେବି ମନୀଷା ପଣ୍ଡା ସଂଜୟ ଙ୍କୁ ସହାୟତା ର ହାତ ବଢ଼ାଇ ଛନ୍ତି | ସଂଜୟ ଙ୍କ ଘରେ ସମାଜ ସେବି ମନୀଷା ପହଂଚି ସଂଜୟ ଙ୍କ ଅସୁବିଧା କଥା ବୁଝିଥିଲେ |  ପରିବାର ବର୍ଗ ଙ୍କୁ ଆଶ୍ୱାସନା ଦେଇଥିଲେ| ସଂଜୟ ଶଯ୍ୟାଶାୟୀ ଥିବାରୁ ତାଙ୍କ ପ୍ରତି ସହାନୁଭୂତି ଜଣାଇଥିଲେ| ସଞ୍ଜୟ ଙ୍କ ପାଇଁ ଆସୁ ଆରୋଗ୍ୟ କାମନା ମଧ୍ୟ କରିଥିଲେ | ନିଜ ସାଧ୍ୟ ଅନୁଯାଇ ସଞ୍ଜୟ ଙ୍କ ଚିକିତ୍ସା ପାଇଁ ସହାୟତା କରିବା ସହ ଆଗାମୀ ସମୟ ରେ ସଂଜୟ ଙ୍କ ସୁବିଧା ଅସୁବିଧା ରେ ଅlସି ଛିଡା ହେବେ ବୋଲି ମଧ୍ୟ ପ୍ରତିସୃତି ଦେଇଥିଲେ |

ମନୀଷା ଙ୍କ ସହ ସଞ୍ଜୟ ଙ୍କ ପାଖେ ଓଡିଶା ଷ୍ଟେଟ ଲେବୁଲ ଲେବର ସୋସାଇଟି ସିଇଓ ସ୍ୱରୂପ ରାଉତ ମଧ୍ୟ ଉପସ୍ଥିତ ଥିଲେ | ସ୍ୱରୂପ ମଧ୍ୟ ନିଜ ଅନୁଷ୍ଠାନ ପକ୍ଷରୁ ସଂଜୟ ଓ ତାଙ୍କ ପରିବାର କୁ ପ୍ରତି ମାସରେ ଗ୍ରୋସରୀ ସାମଗ୍ରୀ ଯୋଗାଇ ଦେଉଛନ୍ତି | ଆଉ ନିଜ ସାଧ୍ୟ ଅନୁଯାୟୀ ସଂଜୟ ଙ୍କୁ ସହାୟତା କରି ଚାଲିଛନ୍ତି ସ୍ୱରୂପ | ହଁ ଦର୍ଶକ ବନ୍ଧୁ ଆପଣ ମାନେ ଯଦି ସଂଜୟଙ୍କୁ ଚିକିତ୍ସା ପାଇଁ ସହାୟତା କରିବାକୁ ଚାହାଁନ୍ତି ତେବେ ତାଙ୍କ ଫୋନ ପେ ନମ୍ବର(6370116325) ରେ ଯଥା ସାଧ୍ୟ ସହାୟତା ଯୋଗାଇ ପରିବେ |

Leave A Reply

Your email address will not be published.