ପ୍ରେମ କରି ବିବାହ କରିବା ପଡ଼ିଲା ମହଙ୍ଗା

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ):  ପ୍ରେମ କରି ବିବାହ କରିବା ପଡ଼ିଲା ମହଙ୍ଗା । ଗୋଟେ ପଟେ ଝିଅ ଶାଶୁଘରେ ସୁଖର ସଂସାର କରିବାକୁ ଯାଉଥିବା ବେଳେ, ଅନ୍ୟପଟେ ଏପଟେ ଝିଅର ଶୁଦ୍ଧି କ୍ରିୟା କରୁଛନ୍ତି ବାପଘର ଲୋକେ । ନିଜ ଇଚ୍ଛାରେ ଭିନ୍ନ ଜାତିରେ ବିବାହ କରିବାକୁ ନେଇ ପରିବାର ଲୋକେ ନେଇଛନ୍ତି ଏମିତି ଚରମ ପଦକ୍ଷେପ । ତେବେ ଘଟଣାଟି ହେଉଛି କଟକ ଜିଲ୍ଲା ମହଙ୍ଗା ବ୍ଲକ୍ ଉମର ପଞ୍ଚାୟତର । ଗ୍ରାମର ବିଶ୍ୱଜିତ୍ ମହାପାତ୍ରଙ୍କ ଝିଅ ପାୟଲ ମହାପାତ୍ର ଏକାଦଶ ଓ ଦ୍ଵାଦଶ କ୍ରିୟା କରିଛନ୍ତି ବାପା ମା ।

କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି, ଝିଅ ବଞ୍ଚି ଥାଉ ଥାଉ ବାପା ମା ଶୁଦ୍ଧି ହେଇଛନ୍ତି । କାରଣ ଝିଅ ଚାଲିଯାଇଛି ସେହି ଗ୍ରାମର ଅନ୍ୟ ଜାତିର ପୁଅ ସହ । ଯାହାକୁ ନେଇ ବାପା ଝିଅ ଉପରେ ରାଗିବା ସହିତ, ତାର ଶୁଦ୍ଧିକ୍ରିୟା କରିଥିବା ଦେଖିବାକୁ ମିଳିଛି । ଏନେଇ ବାପା ପୂର୍ବରୁ ଥାନାରେ ଅଭିଯୋଗ ମଧ୍ୟ କରିଛନ୍ତି । ଅନ୍ୟପଟେ ଘଟଣାକୁ ଝିଅ ପାୟଲ ନିଜର ଏକ ଭିଡିଓ କରି ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛି । ଆଉ ସେ ଭିଡିଓରେ କହିଛି ଯେ, ଯଦି ସେ କିମ୍ବା ତ ସ୍ବାମୀ ଓ ଶାଶୁଘର ଲୋକଙ୍କର କିଛି କ୍ଷତି ହୁଏ । ତା ବାପ ଘର ଲୋକ ହିଁ ଦାୟୀ ରହିବେ । ତେବେ ଏଭଳି ଘଟଣା କୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।

ତେବେ ସୂଚନା ମୁତାବକ ବିଶ୍ୱଜିତ ମହାପାତ୍ର ଝିଅ ପାୟଲ ମହାପାତ୍ର ଉମର ଗ୍ରାମର କାଶୀନାଥ ବେହେରାଙ୍କ ପୁଅ ଆକାଶ ଚନ୍ଦ୍ର ବେହେରାଙ୍କ ସହପ୍ରେମ କରି ପଳାଇ ଯିବାରୁ ପାୟଲଙ୍କ ପରିବାର ଲୋକେ ଝିଅର ଜୀବିତ ଅବସ୍ଥାରେ ଏକାଦଶ ଓ ଦ୍ଵାଦଶ କର୍ମ କରିଛନ୍ତି । ଏପରିକି ପାୟଲ ଙ୍କ ବାପା ବିଶ୍ୱଜିତ୍ ମହାପାତ୍ର ଲଣ୍ଡା ମଧ୍ୟ ହୋଇ ଝିଅର ସମସ୍ତ କର୍ମ କରିଛନ୍ତି । ଏହାଛଡା ଯଥାନିତି ଅନୁସାରେ ବ୍ରାହ୍ମଣ ଭୋଜନ ସହ ଗ୍ରାମବାସୀଙ୍କ ପାଇଁ ଭୋଜନ ବ୍ୟବସ୍ଥା କରାଯାଇଥିଲା ।

Leave A Reply

Your email address will not be published.