ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ଦୀପାବଳି ଅବସରରେ ସଲମାନ ଓ କ୍ୟାଟ୍ରିନା କୈଫଙ୍କ ଅଭିନୀତ ଫିଲ୍ମ ‘ଟାଇଗର ୩’ ରିଲିଜ୍ ହୋଇଛି। ପ୍ରଥମ ଦିନରେ ହିଁ ଏହି ଫିଲ୍ମଟି ଦର୍ଶକଙ୍କ ମନ କିଣିଛି। ଏହି ଫିଲ୍ମଟିକୁ ଦେଖିବାକୁ ହଲରେ ଖଚାଖଚ୍ ଭିଡ଼ ଜମିଥିଲା । ଦବଙ୍ଗ ଖାନଙ୍କ ସ୍ପାଏ ସରିଜ୍ର ତୃତୀୟ ପାର୍ଟ ହେଉଛି ଏହି ‘ଟାଇଗର ୩ । ଜଣେ ର ‘ ଏଜେଣ୍ଟ ଭାବେ ସିନେମାରେ ନଜର ଆସିଥିବା ସଲମାନ୍ ଏଥର ଫ୍ୟାମିଲ୍ ମ୍ୟାନ୍ ବନି ଯାଇଛନ୍ତି ଆଉ କ୍ୟାଣ୍ଟ୍ରିନା ସଲମାନଙ୍କ ପାର୍ଟନର୍, ଏକ୍ସ-ISI ଏଜେଣ୍ଟ ।
ଆଉ ଭିଲେନ୍ ଭୂମିକାରେ ନଜର ଆସିଛନ୍ତି ଇମ୍ରାନ୍ ହାସମୀ । ଏହି ଫିଲ୍ମ ପ୍ରଥମ ଦିନରେ ୪୪ କୋଟିରୁ ଅଧିକ ଟଙ୍କା ଆୟ କରିଛି। ଟାଇଗର 3 ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ। ଫିଲ୍ମ ରିଲିଜ୍ ହେବା ପାର୍ବଣର ମାହୋଲ ମଧ୍ୟରେ ଭାଇଜାନଙ୍କ ଫିଲ୍ମ ଫ୍ୟାନଙ୍କୁ ମତୁଆଲା କରିଦେଇଛି। ଫ୍ୟାନ୍ସ ଏପରି ମତୁଆଲା ହୋଇଯାଇଛନ୍ତି ଯେ ସିନେମା ହଲ୍ ଭିତରେ ବାଣ ଫୁଟାଇଛନ୍ତି। ଫିଲ୍ମରେ ସଲମାନଙ୍କ ଏଣ୍ଟ୍ରି ସମୟରେ କିଛି ଦର୍ଶକ ହଠାତ୍ ବାଣ ଫୁଟାଉଥିବା ଭିଡିଓ ଭାଇରାଲ୍ ହେଉଛି। ହାଉସ୍ ଫୁଲ୍ ଥିବା ସିନେମା ହଲରେ ଢୋ, ଢା ଶବ୍ଦ ଶୁଣି ଅନ୍ୟ କିଛି ଦର୍ଶକ ଭୟରେ ଏଣେତେଣେ ଦୌଡି ପଳାଉଥିବା ଭିଡିଓରେ ଦେଖିବାକୁ ମିଳୁଛି। ମହାରାଷ୍ଟ୍ର ନାଶିକ୍ ଜିଲ୍ଲା ମାଲେଗାଓଁର ମୋହନ ସିନେମା ହଲ୍ ଭିତରେ ଦେଖିବାକୁ ମିଳିଛି ଏପରି କିଛି ଦୃଶ୍ୟ।
ମହାରାଷ୍ଟ୍ରର ମାଲେଗାଓଁରେ ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫ୍ଙ୍କ ‘ଟାଇଗର ୩’ ସ୍କ୍ରିନିଂ ସମୟରେ ସିନେମା ହଲ୍ରେ ବହୁତ ବଡ଼ ଆତସବାଜି ହୋଇଥିଲା। ପ୍ରଶଂସକମାନେ ସିନେମା ହଲ୍ରେ ଏତେଗୁଡ଼ିଏ ଆତସବାଜି କରିଥିଲେ ଯେ ଏହା ଏକ ଦିୱାଲୀ ପରି ପରିବେଶ ସୃଷ୍ଟି କରିଥିଲା।ଏହି ମାମଲା ମାଲେଗାଓଁର ମୋହନ ସିନେମା ହଲ୍ରେ ଘଟିଛି। ଦୀପାବଳି ରାତିରେ ୯ ରୁ ୧୨ ଶୋ ମଝିରେ ଏହି ଘଟଣା ଘଟିଛି। ପୋଲିସ ଏହି ଭିଡିଓ ହାସଲ କରି ଏହାର ତଦନ୍ତ ଆରମ୍ଭ କରିଛି। ତଦନ୍ତ ପରେ ହିଁ ଅଭିଯୁକ୍ତଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଲୋକମାନେ କହିଛନ୍ତି ଯେ ଏହା ଦ୍ୱାରା ସିନେମା ହଲ୍ରେ ନିଆଁ ଲାଗିଯାଇଥାନ୍ତା, ଅନେକ ଲୋକ ପ୍ରାଣ ହରାଇଥାନ୍ତେ