ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ୫୩ ନମ୍ବର ଜାତୀୟ ରାଜପଥ ଯଦୁପୁର ଗୋଡାରେ ସଡକ ଦୁର୍ଘଟଣା । ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତର ।
ମାର୍ଶାଘାଇ ଥାନା କରଞ୍ଜ ଗ୍ରାମର ଚିଣ୍ଟୁ ବାରିକ ଏବଂ ପିଣ୍ଟୁ ବାରିକ ଦୁଇ ଭାଇ ବାଇକ୍ ରେ ପାରାଦୀପ ଷଣ୍ଢକୁଦର ଏକ କମ୍ପାନୀ କୁ କାମ କରିବା ପାଇଁ ଯାଉଥିବା ବେଳେ ପଛପଟୁ ଏକ ଆଇରନ ବୋଝେଇ ଟ୍ରକ୍ ତାଙ୍କ ଗାଡିକୁ ଧକ୍କା ଦେଇଥିଲା । ଏହି ଦୃର୍ଘଟଣା ରେ ବଡ଼ ଭାଇ ପିଣ୍ଟୁ ବାରିକ ଗୁରୁତର ହୋଇଥିବା ବେଳେ ସାନଭାଇ ଚିଣ୍ଟୁ ବାରିକ୍ ଙ୍କ ର ଘଟଣାସ୍ଥଳରେ ମୃତ୍ଯୁ ଘଟିଛି । ଉଭୟ ଙ୍କୁ କେନ୍ଦ୍ରାପଡା ଜିଲ୍ଲା ସ୍ବାସ୍ଥ୍ୟ କେନ୍ଦ୍ର କୁ ନିଆଯାଇଛି ।
ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଟି ସବୁ ସମୟରେ ପୋଲିସ କୁ ଚକମା ଦେଇ ରୋଡ୍ ପାସ୍ କରିଥାଏ । ତରତରିଆ ଭାବେ ଦୃତ ଗତିରେ ଗାଡିଟି ଯାଇ ଦୁର୍ଘଟଣା ଘଟାଇଥିବା ସୂଚନା ମିଳୁଛି । ସ୍ଥାନୀୟ ଲୋକ ମାନେ ଟ୍ରକ୍ ଟିକୁ ଅଟକାଇ ପୋଲିସ ଜିମା ଦେଇଛନ୍ତି ।