ଆମେରିକାର ଚେତାବନୀ; ମିଥ୍ୟା ବାହାନା କରୁଛି ଋଷିଆ ଯେ କୌଣସି ସମୟରେ ୟୁକ୍ରେନ ଉପରେ କରିପାରେ ଆକ୍ରମଣ

0

ବଢୁଛି ଋଷିଆ ୟୁକ୍ରେନ ବିବାଦ। ଋଷିଆ ୟୁକ୍ରେନ ସୀମାରୁ ନିଜର ସୈନ୍ୟ ପ୍ରତ୍ୟାହାର କରିଥିବା ନେଇ ଗତକାଲି ଭିଡିଓ ଜାରି କରି ଦାବି କରିଥିଲା। ଋଷିଆ କହିଛି ଯେ ୟୁକ୍ରେନ ସୀମାରେ ଅବସ୍ଥିତ ନିଜର ସୈନ୍ୟ ଏବଂ ଅସ୍ତ୍ରଶସ୍ତ୍ର ଫେରସ୍ତ କରୁଛି। ତେବେ ଆମେରିକା ଋଷିଆର ଦାବିକୁ ବିଭ୍ରାନ୍ତିକର ବୋଲି କହିଛି। ଆମେରିକା କହିଛି ଯେ ଋଷିଆ ଯେ କୌଣସି ସମୟରେ ୟୁକ୍ରେନ ଉପରେ ଆକ୍ରମଣ କରିପାରେ

ହ୍ୱାଇଟ ହାଉସର ପ୍ରେସ ସେକ୍ରେଟାରୀ ଜେନ ସାକି କହିଛନ୍ତି ଯେ ଋଷିଆ ୟୁକ୍ରେନ ଉପରେ ଆକ୍ରମଣ କରିପାରେ। ସେ କହିଛନ୍ତି ଯେ ୟୁକ୍ରେନକୁ ଆକ୍ରମଣ କରିବା ପାଇଁ ଋଷିଆର ଦ୍ୱାର ଖୋଲା ଅଛି। ଏକ ସାମ୍ବାଦିକ ସମ୍ମିଳନୀରେ ସାକି କହିଛନ୍ତି ଯେ ଋଷିଆ ଯେ କୌଣସି ସମୟରେ ୟୁକ୍ରେନ ଉପରେ ଆକ୍ରମଣ କରିପାରିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଋଷିଆର ସେନା ପ୍ରତ୍ୟାହାର ଦାବି ଉପରେ ବିଶ୍ୱାସ କରାଯାଇପାରିବ ନାହିଁ। ସୀମାରେ ଏବେ ବି ଉତ୍ତେଜନା ଦେଖାଦେଉଛି।

ଉଲ୍ଲେଖନୀୟ ବିଷୟ ହେଉଛି, ଋଷିଆ ସୈନ୍ୟ ପ୍ରତ୍ୟାହାରର କିଛି ଭିଡିଓ ଜାରି କରିଛି। ତେବେ ଆମେରିକା, ନାଟୋ ଏବଂ ୟୁକ୍ରେନ ନିୟୋଜନରେ ହ୍ରାସ ହେବାର ପ୍ରମାଣ ଏପର୍ଯ୍ୟନ୍ତ ପାଇ ନାହାଁନ୍ତି। ଏଥି ସହିତ ୟୁକ୍ରେନ ସରକାର କହିଛନ୍ତି ଯେ ଋଷିଆର ଏହାର ଆଧାର ଉପରେ ସାଇବର ଆକ୍ରମଣ ଜାରି ରହିଛି। ପ୍ରତିରକ୍ଷା ମନ୍ତ୍ରଣାଳୟର ୱେବସାଇଟ୍ ମଙ୍ଗଳବାର ଦିନ ହ୍ୟାକ୍ କରିଦିଆଯାଇଥିଲା।

 

 

Leave A Reply

Your email address will not be published.