କିସମିସର ଉପକାରିତା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଆମେ ସାଧାରଣତଃ ଡ୍ରାଏ ଫ୍ରୁଟ୍ସ ଯେପରିକି କିସମିସ୍,କାଜୁ ବାଦାମ ଇତ୍ୟାଦିକୁ ଖିରି ଅଥବା ଅନ୍ୟ କୌଣସି ମିଠା ପ୍ରସ୍ତୁତିରେ ବ୍ୟବହାର କରିଥାଉ l ଏହା ଖାଦ୍ୟକୁ କେବଳ ଯେ ସ୍ୱାଦିଷ୍ଟ କରେ ତା ନୁହେଁ ବରଂ ଆମ ଶରୀର ପାଇଁ ମଧ୍ୟ ଏହା ଅନେକ ଜରୁରୀ ହୋଇଥାଏ l ଅନେକ ଗୁଡିଏ ଡ୍ରାଇ ଫ୍ରୁଟ୍ସ ମଧ୍ୟରୁ କିସମିସ୍ ଏକ ଅତି ଚମତ୍କାରୀ ଫଳ ଅଟେ ଏହାର ସୁଗୁଣ ବିଷୟରେ ପ୍ରାୟତଃ ସମସ୍ତେ ଅବଗତ l

ଏହା କେବଳ ଯେ ଖାଦ୍ୟ ଓ ମିଠାକୁ ସୁସ୍ୱାଦୁ କରିଥାଏ ତାହା ନୁହେଁ ବରଂ ଏହା ଅତ୍ୟନ୍ତ ସ୍ୱାସ୍ଥ୍ୟକାରୀ ମଧ୍ୟ ହୋଇଥାଏ, କିନ୍ତୁ କଣ ଆପଣ ଜାଣନ୍ତିକି କିସମିସକୁ ପାଣିରେ ଭିଜେଇ ଖାଇଲେ ଏହାର ଲାଭ ଦୁଇଗୁଣ ବଢ଼ିଯାଇଥାଏ l ମହିଳା ମାନଙ୍କ ପାଇଁ କଳା କିସମିସ୍ ଅତ୍ୟନ୍ତ ଉପକାରୀ । ଏଥିରୁ ଅନେକ ପୋଷକ ତତ୍ତ୍ୱ ମିଳିଥାଏ ଯାହା ଆମ ଶରୀର ପାଇଁ ଅତ୍ୟନ୍ତ ଆବଶ୍ୟକ ଏବଂ ଗୁରୁତ୍ୱପୂର୍ଣ୍ଣ ମଧ୍ୟ । ଖାସ୍ କରି ମହିଳାମାନଙ୍କୁ ନିଜ ଖାଦ୍ୟରେ କଳା କିସମିସ୍ ସାମିଲ କରିବା ଉଚିତ୍ ।

ଆଇରନ୍, କ୍ୟାଲସିୟମ୍, ପ୍ରୋଟିନ୍ ଏବଂ ଆଣ୍ଟିଅକ୍ସିଡାଣ୍ଟଗୁଡିକ କଳା କିସମିସରୁ ପ୍ରଚୁର ପରିମାଣରେ ମିଳିଥାଏ ଯାହା ମହିଳାଙ୍କ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ବିଶେଷ କରି ଖାଲି ପେଟରେ ଭିଜାଇଥିବା କଳା କିସମିସ୍ ଖାଇବା ଶରୀରକୁ ଅନେକ ପ୍ରକାରର ପୋଷକ ତତ୍ତ୍ୱ ମିଳିଥାଏ ଏବଂ ଏହା ସହଜରେ ଖାଦ୍ୟ ହଜମ କିରବାରେ ମଧ୍ୟ ସାହାଯ୍ୟ କରିଥାଏ । ତେଣୁ ମହିଳାମାନେ ଖାଲି ପେଟରେ ପ୍ରତିଦିନ କଳା କିସମିସ୍ ଖାଇବା ଜରୁରୀ । ଚାଲନ୍ତୁ ଜାଣିବା ଏହାର ଉପକାରୀତା ।

Leave A Reply

Your email address will not be published.