ଜଳି ଗଲା ଘର; ପହଞ୍ଚି ପାରିଲା ନାହିଁ ଦମକଳ

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ):  ମହୁଭଣ୍ଡା ଗ୍ରାମରେ ଜଳି ଗଲା ଘର ରାସ୍ତା ଖରାପ ବୋଲି ପହଞ୍ଚି ପାରିଲା ନାହିଁ ଦମକଳଗାଡି | ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲାର ଦିତୀୟ ବୃହତ ଗଣପର୍ବ ବାନ୍ଧଣାକୁ ନେଇ ଏବେ ଜିଲ୍ଲା ବ୍ୟାପି ଚହଳ ହୋଇଉଠିଛି। ବିଭିନ୍ନ ସ୍ଥାନରେ ଏହି ପର୍ବରେ କୁ ନେଇ ଲୋକ ଭରପୁର ଆନନ୍ଦ ନେଉଥିଲା ବେଳେ ତ କିଏ ଦୁଃଖରେ ଭାଙ୍ଗି ପଡିଛନ୍ତି।

ଏମିତି ଏକ ଦୁଃଖଭରା କାହାଣୀ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ବାଉତିବେଡା ପଞ୍ଚାୟତର ମହୁଭଣ୍ଡାର ଗ୍ରାମରେ। ଗତକାଲି ବିଳମ୍ବିତ ରାତିରେ ସେହି ଗ୍ରାମର ଟିପୁ ଦେହୁରୀଙ୍କ ଘରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ଗ୍ରାମବାସୀ ଦମକଳ ବିଭାଗକୁ ଖବର ଦେଇଥିଲେ ହେଲେ ନିଆଁ ଲାଗିଥିବା ଘର ପାଖକୁ ଦମକଳ ଗାଡି ରାସ୍ତା ଖରାପ୍ ଯୋଗୁ ପହଞ୍ଚି ପାରିନଥିଲା। ଫଳରେ ଘରେ ଥିବା ସମସ୍ତ ଖାଦ୍ୟ ପେୟ ଆସବାବପତ୍ର ସହିତ ଟଙ୍କା ସମ୍ପୂର୍ଣ୍ଣ ଜଳିଯାଇଥିଲା। ପରେ ଦମକଳବାହିନୀ କ୍ଷୟକ୍ଷତିର ଆକଳନ କରି ଫେରିଆସିଥିବା ଜଣାପଡିଛି। ସକାଳୁ ଘଟଣା ସ୍ଥଳରେ ଓ୍ବାଡମେମ୍ବର ଓ ନାଏକ ସରପଞ୍ଚ ପହଂଚି ପରିବାରକୁ ସମବେଦନା ଜଣାଇବା ସହିତ ବିଶୋଇ ତହସିଲ ବିଭାଗକୁ ଖବର ଦେଇଥିଲେ ହେଲେ ଚିନ୍ତାର ବିଷୟ ଖବର ପାଇ ଏପର୍ଯ୍ୟନ୍ତ ବାଉତିବେଡା ରାଜସ୍ୱ ନିରୀକ୍ଷକ କିମ୍ବା ବିଶୋଇ ତହସିଲରୁ କୈାଣସି ଅଧିକାରୀ ପହଂଚି ନଥିବା ଜଣାପଡିଛି।

ଅପରପକ୍ଷରେ ଏହି ଶୀତ କାକର ସମୟରେ ବାସହରା ସର୍ବଶାନ୍ତ ହୋଇଥିବା ପରିବାରକୁ କୈାଣସି ସରକାରୀ ସହାୟତା ଯୋଗାଇ ଦେଇ ନଥିବା ଜଣାପଡ଼ିଛି। ଫଳରେ ଏହି ଘଟଣାକୁ ନେଇ ଏବେ ବିଶୋଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିବା ବେଳେ, ନୂତନ କରି ଯୋଗ ଦେଇଥିବା ତହସିଲଦାରଙ୍କୁ ନେଇ ଅଞ୍ଚଳ ବାସି ଚିନ୍ତା ପ୍ରକଟ କରୁଥିବା ଦେଖିବାକୁ ମିଳୁଛି।

Leave A Reply

Your email address will not be published.