ମହାଶିବରାତ୍ରୀରେ ମହାକାଳ ନଗରୀର ଉଜ୍ଜୈନରେ ଏକ ନୂତନ ଇତିହାସ ସୃଷ୍ଟି ହେବ ଉଜ୍ଜୈନ ସହରକୁ ୨୧ ଲକ୍ଷ ଦୀପ ସହିତ ଆଲୋକିତ କରାଯିବ। ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ଏବଂ ଲିମ୍କା ବୁକ୍ ଅଫ୍ ରେକର୍ଡରେ ସହରର ନାମ ପଞ୍ଜିକୃତ ପାଇବାର ଯୋଜନା ଅଛି। ପୂର୍ବରୁ ୧୧ ରୁ ୧୫ ଲକ୍ଷ ଦୀପ ଜାଳିବା ପାଇଁ ଯୋଜନା ଥିଲା କିନ୍ତୁ ବର୍ତ୍ତମାନ ୨୧ ଲକ୍ଷ ଦୀପ ଜଳାଯିବ।
ବାସ୍ତବରେ, ଶିପ୍ରା ନଦୀର ଭୁଖି ମାତା ମନ୍ଦିର ଘାଟରୁ ରାମଘାଟ ପର୍ଯ୍ୟନ୍ତ ମହାଶିବରାତ୍ରୀରେ ୧୨ ଲକ୍ଷ ଦୀପ ଲଗାଯିବ। ବିଭିନ୍ନ ସ୍ଥାନ, ଘର ଏବଂ ପ୍ରତିଷ୍ଠାନରେ ତିନି ଲକ୍ଷ ଦୀପ ଲଗାଯିବ। ଦିପକୁ ଲଗାଇବା ପାଇଁ ୧୨,୦୦୦ ସ୍ୱେଚ୍ଛାସେବୀ ଆବଶ୍ୟକ ହେବ। ଏଥିପାଇଁ ଜିଲ୍ଲା ପଞ୍ଚାୟତ, ଶିକ୍ଷା ବିଭାଗ, ମ୍ୟୁନିସିପାଲିଟି କର୍ପୋରେସନ୍ ଏବଂ ସ୍ମାର୍ଟ ସିଟିକୁ ଦାୟୀତ୍ବ ଦିଆଯାଇଛି।
କଲେକ୍ଟର ଆଶିଷ ସିଂ କହିଛନ୍ତି ଯେ ପୂର୍ବରୁ ୧୫ ଲକ୍ଷ ଦୀପ ସ୍ଥାପନ କରିବାର ଯୋଜନା ଥିଲା, କିନ୍ତୁ ଏହି କାର୍ଯ୍ୟକ୍ରମରେ ଲୋକମାନେ କିପରି ଅଂଶଗ୍ରହଣ କରୁଛନ୍ତି ତାହା ବିଚାରକୁ ନିଆଯିବା ପରେ ଟାର୍ଗେଟକୁ ଆହୁରି ବୃଦ୍ଧି କରାଯାଇଛି। ସାମାଜିକ ସଂଗଠନ, ଛାତ୍ର ଏବଂ ଅନ୍ୟ ଧର୍ମର ଲୋକମାନେ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ହୋଇଛନ୍ତି। ଜଣେ ବ୍ୟକ୍ତି ପ୍ରାୟ ଶହେ ଦୀପ ଜଳାଇ ପାରିବେ। ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ଦୀପୋତ୍ସଭ ଅଯୋଧ୍ୟାରେ ଅନୁଷ୍ଠିତ ହୋଇଥିଲା। ଦୀପାବଳି ଅବସରରେ ଅଯୋଧ୍ୟାରେ ୧୨ ଲକ୍ଷ ଦୀପ ଜଳାଯାଇଥିଲା।