କୋର୍ବେଭାକ୍ସକୁ ଟୀକାକୁ ଡିସିଜିଆଇର ଅନୁମତି; ୧୨ ରୁ ୧୮ ବର୍ଷର ପିଲାଙ୍କୁ ମିଳିବ ଏହି ଟୀକା

0

ଦେଶରେ କରୋନା ମହାମାରୀ ବିରୋଧରେ ଲଢେ଼ଇ ଜାରି ଥିବାବେଳେ ଏହାରି ଭିତରେ ଆଉ ଏକ ଟିକାକୁ ମିଳିଛି ଅନୁମୋଦନ। ଡ୍ରଗ୍ସ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ ୧୨ ରୁ ୧୮ ବର୍ଷ ବୟସର ପିଲାମାନଙ୍କ ପାଇଁ  ବାୟୋଲୋଜିକାଲ-ଇ ଦ୍ବାରା ପ୍ରସ୍ତୁତ କରୋନା ଟିକା  କୋର୍ବେଭାକ୍ସକୁ ଚୂଡ଼ାନ୍ତ ଅନୁମୋଦନ ମିଳିସାରିଛି।

ବାୟୋଲୋଜିକାଲ ଲିମିଟେଡର ସୂଚନା ଅନୁସାରେ ୧୨ ରୁ ୧୮ ବର୍ଷ ବୟସ ବର୍ଗରେ ବ୍ୟବହାର ପାଇଁ କୋଭିଡ-୧୯ ବିରୋଧରେ ଭାରତର ପ୍ରଥମ ସ୍ୱଦେଶୀ ବିକଶିତ ରିସେପ୍ଟର ବାଇଣ୍ଡିଂ ଡୋମେନ୍ (ଆରବିଡି)  କୋର୍ବେଭାକ୍ସକୁ ଭାରତର ଔଷଧ ନିୟନ୍ତ୍ରକଙ୍କଠାରୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମୋଦନ ମିଳିଛି। ଏହା ସହ ଟିକାର ଦୁଇଟି ଡୋଜ ନେବାର ବ୍ୟବଧାନ ୨୮ଦିନ ରହିବ ବୋଲି ଜଣାପଡ଼ିଛି।

ଗତ ବର୍ଷ ସରକାର ଏହି ଟିକା କ୍ରୟ ପାଇଁ ହାଇଦ୍ରାବାଦ ସ୍ଥିତ କମ୍ପାନୀ ବାୟୋଲୋଜିକାଲ ଇକୁ ୧୫୦୦ କୋଟି ଟଙ୍କା ଅଗ୍ରୀମ ପ୍ରଦାନ କରିଥିଲେ। ଫେବୃଆରୀ ୧୪ ରେ, ଡ୍ରଗ୍ କଣ୍ଟ୍ରୋଲର୍ ଅଫ୍ ଇଣ୍ଡିଆ (DGCI) ୧୨ ରୁ ୧୮ ବର୍ଷ ବୟସର ପିଲାମାନଙ୍କ ପାଇଁ କୋର୍ବେଭାକ୍ସ ଟିକାକୁ ଜରୁରୀକାଳୀନ ବ୍ୟବହାର କରିବାକୁ ଅନୁମତି ଦେଲା  ସରକାରୀ ସୂତ୍ର ଜଣାପଡିଛି ଯେ କର୍ବେଭକ୍ସର ମୂଲ୍ୟ ବୋଧହୁଏ ୧୪୫ ଟଙ୍କା ହେବ। ଏଥିରେ ଟ୍ୟାକ୍ସ ଅନ୍ତର୍ଭୁକ୍ତ କରାଯାଇନାହିଁ।

Leave A Reply

Your email address will not be published.