ପାକିସ୍ତାନରେ ପୁଣି ହେବ ସେହବାଜ ସରିଫ ସରକାର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପାକିସ୍ତାନରେ ପୁଣି ହେବ ସେହବାଜ ସରିଫ ସରକାର । ପାକିସ୍ତାନରେ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ ସେହବାଜ ସରିଫ । ଆଉ ଆସିଫ ଅଲି ଜର୍ଦ୍ଦାରୀ ରାଷ୍ଟ୍ରପତି ହେବେ । ନିର୍ବାଚନ ଫଳାଫଳ ଘୋଷଣାର ୧୨ ଦିନ ପରେ ପିପିପି-ପିଏମଏଲ-ଏନ ମଧ୍ୟରେ ଛିଣ୍ଡିଲା ଅଙ୍କ ।

ମେଣ୍ଟ ସରକାର ପାଇଁ ରାଜି ହେଲେ ପାକିସ୍ତାନ ପିପୁଲ୍ସ ପାର୍ଟି ଓ ପାକିସ୍ତାନ ମୁସଲିମ୍ ଲିଗ୍-ନବାଜ୍ । ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ପଦ ପାଇଁ ଦୁଇ ଦଳ ମଧ୍ୟରେ ଚୁକ୍ତି ହୋଇଛି । ମେଣ୍ଟ ସରକାରରେ ପିଏମଏଲ-ଏନ ପାଇବ ପ୍ରଧାନମନ୍ତ୍ରୀ ପଦ ଓ ପିପିପିକୁ ରାଷ୍ଟ୍ରପତି ପଦ ମିଳିବା ନେଇ ବୁଝାମଣା ହୋଇଥିବା କୁହାଯାଉଛି । ନବାଜ ସରିଫଙ୍କ ଭାଇ ସେହବାଜ ସରିଫଙ୍କ ପାଇଁ ବାଟ ଛାଡ଼ିଲେ ପିପିପି ମୁଖ୍ୟ ବିଲାବଲ ଭୁଟୋ । ସେ କହିଛନ୍ତି, “ପାକିସ୍ତାନ ପିପୁଲ୍ସ ପାର୍ଟି ଓ ପାକିସ୍ତାନ ମୁସଲିମ ଲିଗ୍-ନୱାଜ ଦଳ ଏବେ ସଂଖ୍ୟା ଗରିଷ୍ଠତା ହାସଲ କରିଛି । ଯାହା କି ସରକାର ଗଢିବା ପାଇଁ ପର୍ଯ୍ୟାପ୍ତ ଅଟେ।”

ଏହି ମିଳିତ ସରକାର ପ୍ରତି ସମସ୍ତଙ୍କ ସମର୍ଥନ ରହିବ ବୋଲି ଆଶା ବ୍ୟକ୍ତ କରିଛନ୍ତି ପିପିପି ଅଧ୍ୟକ୍ଷ ବିଲାୱଲ ଭୁଟ୍ଟୋ । ସେପଟେ ନିର୍ବାଚନୀ ଫଳାଫଳ ଘୋଷଣାକୁ 12 ଦିନ ବିତିଥିବାବେଳେ ସଂଶୟ ଲାଗି ରହିଥିଲେ । ପ୍ରଧାନମନ୍ତ୍ରୀ କିଏ ହେବେ ସେନେଇ ଲାଗି ରହିଥିବା ଦ୍ବନ୍ଦ୍ବ ଦୂର ହୋଇଛି । ସେହବାଜ ସରିଫ ଦ୍ବିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାକୁ ଯାଉଥିବାବେଳେ ଜର୍ଦ୍ଦାରୀ ମଧ୍ୟ ଦ୍ବିତୀୟ ଥର ପାଇଁ ରାଷ୍ଟ୍ରପତି ଭାର ସମ୍ଭାଳିବେ।

Leave A Reply

Your email address will not be published.