କୃଷକ ମାନଙ୍କ ଉପରକୁ ଲୁହବୁହା ଗ୍ୟାସ୍ ଗୁଳି ଚାଳନା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି ପଞ୍ଜାବ-ହରିୟାଣାର ଶମ୍ଭୁ ସୀମାରେ ଯେତେବେଳେ କୃଷକମାନେ ଦିଲ୍ଲୀ ଚଲୋ ମାର୍ଚ୍ଚରେ ଆଗକୁ ବଢିବା ଆରମ୍ଭ କଲେ ସେତେବେଳେ ସେମାନଙ୍କ ଉପରକୁ ଲୁହବୁହା ଗ୍ୟାସ୍ ଗୁଳି ଚାଳନା କରାଯାଇଥିଲା। ୧୪ ହଜାରରୁ ଅଧିକ ଚାଷୀ ୧୨ଶହ ଟ୍ରାକ୍ଟର ଧରି ଦିଲ୍ଲୀ ଅଭିମୁଖେ ଯିବାକୁ ଚେଷ୍ଟା କରୁଥିବା ବେଳେ ସେମାନଙ୍କୁ ଅଟକାଇଛି ପୁଲିସ୍‌।

ଏହି କାରଣରୁ ଘଟଣାସ୍ଥଳରେ ଏକ ବଡ଼ ଧରଣର ଅଶାନ୍ତ ପରିବେଶ ସୃଷ୍ଟି ହୋଇଛି। ତେବେ ସେପଟେ କୃଷକ ନେତା ସରଭନ ସିଂ ପଣ୍ଢେର୍ ବିକ୍ଷୋଭକାରୀଙ୍କୁ ଆଗକୁ ନଆସିବାକୁ ନିବେଦନ କରିଛନ୍ତି। ଚାଷୀଙ୍କୁ ଅଟକାଇବା ପାଇଁ ପୁଲିସ୍‌ ପକ୍ଷରୁ ଲୁହ ବୁହା ଗ୍ୟାସ ମାଡ଼ କରାଯାଇଛି। ତଥାପି ଚାଷୀମାନେ ନିଜ ଜିଦରେ ଅଟଳ ରହିଛନ୍ତି। ଚାଷୀମାନେ ଆନ୍ଦୋଳନକୁ ଜୋରଦାର କରୁଥିବାରୁ କେନ୍ଦ୍ର କୃଷି ମନ୍ତ୍ରୀ ଅର୍ଜୁନ ମୁଣ୍ଡା ପୁଣିଥରେ ଆଲୋଚନା ପାଇଁ ଡାକିଛନ୍ତି।

ସେ କହିଛନ୍ତି, “୪ର୍ଥ ରାଉଣ୍ଡ ଆଲୋଚନା ପରେ ସରକାର ଏବେ ଚାଷୀମାନଙ୍କ ସହ ସମସ୍ତ ପ୍ରକାରର ପ୍ରସଙ୍ଗ ଯଥା ଏମଏସପି ଦାବି, ବିବିଧ ଫସଲ, ନଡ଼ା ଜାଳିବା ଓ ଆନ୍ଦୋଳନ ବେଳେ ରୁଜୁ ହୋଇଥିବାର ଏଫଏଆଇଆର ସମ୍ପର୍କରେ କଥା ହେବାକୁ ଚାହୁଁଛନ୍ତି। ମୁଁ ଚାଷୀମାନଙ୍କୁ ଆଲୋଚନା ପାଇଁ ନିମନ୍ତ୍ରଣ କରୁଛି। ଆମେ ସମସ୍ତେ ଶାନ୍ତି ବଜାୟୀ ରଖିବା।” ଅନ୍ୟପକ୍ଷରେ ହରିଆଣା ପୁଲିସ୍‌ ଆଜି ତା’ର ପଞ୍ଜାବ ପ୍ରତିପକ୍ଷକୁ ଚାଷୀମାନେ ଆନ୍ଦୋଳନକୁ ଆଣିଥିବା ବିଭିନ୍ନ ଜିନିଷକୁ ଜବତ କରିବାକୁ କହିଛି।

ସୀମାରେ ଏବେ ୧୪ ହଜାର ଚାଷୀ ୧୨ ଶହ ଟ୍ରାକ୍ଟର, ୩୦୦ କାର ଓ ୧୦ ମିନି ବସ୍‌ ଧରି ଏକାଠି ହୋଇଛନ୍ତି। ସେମାନେ ଦିଲ୍ଲୀ ଚଲୋ ନାରା ଦେଇଥିବାରୁ ଏଠାରେ ମଧ୍ୟ ପୁଲିସ୍‌ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି। ବିଭିନ୍ନ ପ୍ରବେଶ ପଥରେ ପୁଲିସ୍‌ ଚେକିଂ ବ୍ଲକିଂ ଜାରି ରଖିଛି। ବଡ଼ବଡ଼ ବ୍ୟାରେକଡ ମଧ୍ୟ ତିଆରି କରିଛି।

Leave A Reply

Your email address will not be published.