ପଦ୍ମ ଧରିଲେ ପ୍ରଦୀପ ପାଣିଗ୍ରାହୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ପଦ୍ମ ଧରିଲେ ପ୍ରଦୀପ ପାଣିଗ୍ରାହୀ I ଗୋପାଳପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ ନିଜର କିଛି ସମର୍ଥକଙ୍କ ସହିତ ବୁଧବାର ଦିନ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି I

ସୂଚନାନୁସାରେ,୨୦୨୦ ମସିହା ନଭେମ୍ବର ୨୦ ତାରିଖରେ ଦଳ ବିରୋଧୀ କାର୍ଯ୍ୟ ପାଇଁ ପ୍ରଦୀପଙ୍କୁ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ କରାଯାଇଥିଲା। ବିଜେପିକୁ ଥରେ ଟିଏ ସୁଯୋଗ ଦିଅନ୍ତୁ, ନୂଆ ସରକାର ଆଣନ୍ତୁ । ଆଜି ବିଜେପିରେ ଯୋଗଦେବା ପରେ ଏହା କହିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଶ୍ରୀ ପାଣିଗ୍ରାହୀ କହିଛନ୍ତି ଯେ ଆଜି ମୋ ପାଇଁ ଏକ ଗୌରବର ଦିନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମୁଁ ବିଜେପିରେ ସାମିଲ ହେଲି । ବର୍ତ୍ତମାନର ସମୟ ହେଉଛି ଏକ ପରିବର୍ତ୍ତନର ସମୟ ।

ବର୍ତ୍ତମାନର ସମୟ ଏକ ସୁଦୃଢ ଭାରତ ଓ ଏକ ସୁଦୃଢ ଓଡ଼ିଶା ଗଠନର ସମୟ ।ଓଡ଼ିଶାବାସୀ ବିଗତ ଦିନରେ ସବୁ ଦଳକୁ ସୁଯୋଗ ଦେଇଛନ୍ତି । ମୁଁ ଏବେ ଓଡ଼ିଶାବାସୀଙ୍କୁ ଅନୁରୋଧ କରୁଛି ଯେ ବିଜେପିକୁ ଚଳିତ ନିର୍ବାଚନରେ ସୁଯୋଗ ଦିଅନ୍ତୁ । ଓଡ଼ିଶାକୁ ଦାଦନମୁକ୍ତ କରିବା ପାଇଁ ବିଜେପିକୁ ସୁଯୋଗ ଦିଅନ୍ତୁ । ଓଡ଼ିଶାକୁ ଆଗକୁ ବଢାଇବାକୁ ବିଜେପି ଓଡ଼ିଶାବାସୀ ବିଜେପିକୁ ସୁଯୋଗ ଦିଅନ୍ତୁ ବୋଲି ଶ୍ରୀ ପାଣିଗ୍ରାହୀ ନିବେଦନ କରିଛନ୍ତି ।

Leave A Reply

Your email address will not be published.