ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କଥାରେ ଅଛି ସରକାର ମାଲ ଦରିଆ ମେଁ ଡାଲ ନୀତିରେ ଚାଲିଛି ଯାତ୍ରୀ ପ୍ରତୀକ୍ଷାଳୟ ନିର୍ମାଣ କାର୍ଯ୍ୟ| ବହୁ ଦିନର ଯାତ୍ରୀ ପ୍ରତୀକ୍ଷାଳୟ ଘରକୁ ଭାଙ୍ଗି ସେଇ ପୁରୁଣା ଇଟାରେ ନୂତନ ଯାତ୍ରୀ ପ୍ରତୀକ୍ଷାଳୟ କାର୍ଯ୍ୟରେ ବ୍ୟବହୃତ ହେଉଥିବାର ଦେଖିବାକୁ ମିଳିଛି |
ଏଭଳି ଦୁର୍ନୀତିର ଦୃଶ୍ୟ ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ସୁଳିଆପଦା ବ୍ଲକ କାଳିଆଶୋଳ ଛକ ଠାରେ | ମିଳିଥିବା ସୂଚନା ଅନୁସାରେ, ଲକ୍ଷ୍ମୀ ଯୋଜନାରେ ଯାତ୍ରୀ ପ୍ରତୀକ୍ଷାଳୟ କାର୍ଯ୍ୟ ଚାଲିଛି କିନ୍ତୁ ସୂଚନା ଫଳକ ନାହିଁ ପୂର୍ବରୁ ହାଟ ପଡିଆରେ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଥିବା ଯାତ୍ରୀ ପ୍ରତୀକ୍ଷାଳୟ ଘରକୁ ଭାଙ୍ଗି ସେଇ ଇଟା ନୂତନ ଯାତ୍ରୀ ପ୍ରତୀକ୍ଷାଳୟ କାର୍ଯ୍ୟ ରେ ବ୍ୟବହାର କରାଯାଉଛି | ଏପରି କାମ ଦେଖି ସ୍ଥାନୀୟ ଲୋକେ ପ୍ରତିବାଦ କରିଛନ୍ତି |
ତେବେ କାମ ନିରୀକ୍ଷଣ କରୁଥିବା କନିଷ୍ଠ ଯନ୍ତ୍ରୀଙ୍କୁ ଫୋନ ଯୋଗେ ପଚାରି ବାରୁ ଏହା ରିପି୍ୟାରିଙ୍ଗ କାମ ହଉଛି ଅଟକଳ ମୂଲ୍ୟ 70 ହଜାର ବୋଲି ସଫେଇ ଦେଇଥିଲେ | ତେବେ ପୁରୁଣା ଇଟାରେ ନିମ୍ନମାନର କାର୍ଯ୍ୟ ହେଉଥିବା ଅଭିଯୋଗ ହୋଇଛି | ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କଲେ ହୁଏତ ଠିକ ଭାବେ ନିର୍ମାଣ କାର୍ଯ୍ୟ ହୋଇପାରିବ ବୋଲି ଆଶା କରାଯାଉଛି |