ରାଜ୍ୟର ଲ’ ଅଫିସରଙ୍କ ୫୦% ଫି’ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଅଦାଲତରେ ମୋକଦ୍ଦମା ପରିଚାଳନା କରୁଥିବା ମାନଙ୍କର ଦୈନିକ ଓ ରିଟେନର ଫି ରେ ୫୦ ପ୍ରତିଶତ ବୃଦ୍ଧି କରାଯାଇଛି। ଏହା ଦ୍ୱାରା ବିଭିନ୍ନ ଅଦାଲତରେ କାର୍ଯ୍ୟରତ ୧୨୧୫ ଜଣ ଲ’ ଅଫିସର ଉପକୃତ ହେବେ। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଲ’ ଅଫିସର  ମାନଙ୍କ ଦୈନିକ ଓ ରିଟେନର ଫି କୁ ବୃଦ୍ଧି କରିଛନ୍ତି। ଏହି ବର୍ଦ୍ଧିତ ଫି ଅନୁଯାୟୀ କାର୍ଯ୍ୟରତ ୧୮୪ ଜଣ ଆଡିସିନାଲ ପବ୍ଲିକ ପ୍ରସିକ୍ୟୁଟର ମାନେ ଦୈନିକ ଫି ବାବଦରେ ୧,୨୫୦ ଟଙ୍କା ପାଉଥିବା ବେଳେ ବର୍ତ୍ତମାନ ୧,୮୭୫ ଟଙ୍କା ପାଇବେ।

ସେହିଭଳି ରିଟେନର ଫି ପୂର୍ବରୁ ୮,୨୦୦ ଟଙ୍କା ପାଉଥିବାବେଳେ, ବର୍ତ୍ତମାନ ୧୨,୩୦୦ ଟଙ୍କା ପାଇବେ। ସେହିଭଳି କାର୍ଯ୍ୟରତ ୭୪୦ ଜଣ ଆସିଷ୍ଟାଣ୍ଟ ପବ୍ଲିକ ପ୍ରସିକ୍ୟୁଟର ମାନେ ପୂର୍ବରୁ ଦୈନିକ ଫି ବାବଦରେ ୧,୧୦୦ ଟଙ୍କା ପାଉଥିବା ବେଳେ ବର୍ତ୍ତମାନ ୧,୬୫୦ ପାଇବେ। ଏହି ବର୍ଦ୍ଧିତ ଫି’ ଅନୁଯାୟୀ କାର୍ଯ୍ୟରତ ୧୮୪ ଜଣ ଏପିପିମାନେ ଦୈନିକ ୧୨୫୦ ଟଙ୍କା ପାଉଥିବା ବେଳେ ଏବେ ଏହା ବୃଦ୍ଧି ହୋଇ ୧୮୭୫ ଟଙ୍କା ହୋଇଛି । ସେହିଭଳି ରିଟେନର ଫି’ ପୂର୍ବରୁ ୮୨୦୦ ଟଙ୍କା ପାଉଥିବା ବେଳେ ଏବେ ୧୨୩୦୦ ଟଙ୍କା ପାଇବେ।

ସେହିଭଳି କାର୍ଯ୍ୟରତ ୭୪୦ ଜଣ ଆସିଷ୍ଟାଣ୍ଟ ପବ୍ଲିକ ପ୍ରସିକ୍ୟୁଟରମାନେ ପୂର୍ବରୁ ଦୈନିକ ଫି’ ୧୧୦୦ ଟଙ୍କା ପାଉଥିବା ବେଳେ ଏବେ ୧୬୫୦ ଟଙ୍କା ପାଇବେ। ରିଟେନର ଫି ପୂର୍ବରୁ ୪ ହଜାର ଟଙ୍କା ଥିବା ବେଳେ ଏବେ ୬ ହଜାର ଟଙ୍କାକୁ ବୃଦ୍ଧି ପାଇଛି। ସେହିଭଳି ୮୫ ଜଣ ଏସପିପିମାନେ ପୂର୍ବରୁ ଦୈନିକ ୧୨୫୦ ଟଙ୍କା ପାଉଥିବା ବେଳେ ଏବେ ୧୮୭୫ ଟଙ୍କା ପାଇବେ । ରିଟେନର ଫି ବାବଦକୁ ୮୨୦୦ ଟଙ୍କା ପାଉଥିବା ବେଳେ ଏବେ ୧୨୩୦୦ ଟଙ୍କା ପାଇବେ । ସେହିଭଳି କାର୍ଯ୍ୟରତ ୨୯ ଜଣ ସରକାରୀ ଓକିଲ ଏବଂ ୧୧୩ ଜଣ ସହକାରୀ ସରକାରୀ ଓକିଲ ପୂର୍ବରୁ ରିଟେନର ଫି’ ବାବଦକୁ ୮୨୦୦ ଟଙ୍କା ପାଉଥିବା ବେଳେ ଏବେ ୧୨୩୦୦ ଟଙ୍କା ପାଇବେ ।

 

Leave A Reply

Your email address will not be published.