ମର୍ମନ୍ତୁଦ ସଡକ ଦୁର୍ଘଟଣା; ଜଣେ ମୃତ ଓ ୨ ଗୁରୁତର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ମର୍ମନ୍ତୁଦ ସଡକ ଦୁର୍ଘଟଣା । ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁରେ ଆଜି ସକାଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିବା ଫଳରେ ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ ଦୁଇଜଣ ଗୁରୁତର ହୋଇଛନ୍ତି। ମୃତକ ବରଗଡ଼ ଜିଲ୍ଲା ଗାଇସିଲେଟ ଥାନା ଜାମୁଟବାହାଲ ଗାଁର ମହାଜନ ସିଂ(୫୫) ବୋଲି ଜଣାଯାଇଛି।

ଖୁଣ୍ଟପାଲି ଗାଁର ପିଣ୍ଟୁ କୁମ୍ଭାର(୨୦) ଓ ଦେବାଶିଷ ବାରିକ (୨୫) ଗୁରୁତର ହୋଇଛନ୍ତି।  ସୂଚନା ଅନୁସାରେ, ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ଛକ ବରଗଡ଼-ବଲାଙ୍ଗିର ମୁଖ୍ୟ ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ୨ ଜଣ ଗୁରୁତର ହୋଇଛନ୍ତି । ମୃତ ବ୍ୟକ୍ତି ଜଣଙ୍କ ବରଗଡ଼ ଜିଲ୍ଲା ଗାଇସିଲେଟ ଥାନା ଜାମୁଟବାହାଲ ଗାଁର ମହାଜନ ସିଂ ବୋଲି ଜଣାପଡିଛି I

ଅନ୍ୟ ଦୁଇ ଜଣ ଡୁଙ୍ଗୁରିପାଲି ଡାକ୍ତରଖାନାରେ ଚିକିତ୍ସା ଚାଲିଥିବା  ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ବହୁ ସମୟ ଧରି ଦୁର୍ଘଟଣା ସ୍ଥଳରେ ଆମ୍ବୁଲାନ୍ସ ପହଞ୍ଚି ନ ପାରିବାରୁ ଅଟୋରେ ମହାଜନ ସିଂଙ୍କ ଶବକୁ ମେଡିକାଲ ପଠାଗଲା। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଥିଲା। ଖୋଦ୍ ରାଜ୍ୟର ସ୍ଵାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ନିଜ ବ୍ଲକରେ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଏପରି ବିକଳ ଚିତ୍ର ଦେଖି ଲୋକେ ଚକିତ ହୋଇଛନ୍ତି।

Leave A Reply

Your email address will not be published.