ମୋଦୀଙ୍କୁ ଭେଟିଲେ ବିଲ୍ ଗେଟ୍‌ସ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଭାରତ ଗସ୍ତରେ ଥିବା ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲ୍‍ ଗେଟ୍ସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ମୋଦୀଙ୍କୁ ସାକ୍ଷାତ କରିବା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିବା ସୂଚନା ମିଳିଛି। ମୋଦୀଙ୍କ ସହ ମାଇକ୍ରୋସଫ୍ଟ ସହପ୍ରତିଷ୍ଠାତା ବିଲ୍ ଗେଟ୍‌ସ ଭାରତର ପ୍ରଗତି ଓ ନବୋଦ୍ଭାବନ ଉପରେ ଆଲୋଚନା କରିଥିଲେ। ଏହାଦ୍ବାରା ସମଗ୍ର ପୃଥିବୀ ଉପକୃତ ହେଉଛି ବୋଲି ସେ କହିଥିଲେ।

ସେ ତାଙ୍କ ସଦ୍ୟତମ ବ୍ଲଗ୍ ‘ଗେଟ୍‌ସନୋଟ୍‌ସ’ରେ ଲେଖିଛନ୍ତି ଯେ ସ୍ବାସ୍ଥ୍ୟ ଆଦି ବିଭିନ୍ନ କ୍ଷେତ୍ରରେ ଭାରତ ଅସାଧାରଣ ବିକାଶ ଲାଭ କରିଛି। ନୂଆ ଉଦ୍ଭାବନ କ୍ଷେତ୍ରରେ ପୁଞ୍ଜିନିବେଶ କଲେ କ’ଣ ହୋଇପାରେ ତାହା ଭାରତ କରି ଦେଖାଇଛି।  ଆର୍ଟିଫିସିଆଲ ଇଣ୍ଟଲିଜେନ୍ସିର ସଦୁପଯୋଗ, ମହିଳା ସଶକ୍ତିକରଣ, କୃଷି ଏବଂ ସ୍ୱାସ୍ଥ୍ୟସେବା ସମ୍ପର୍କରେ ଆଲୋଚନା ହୋଇଥିବା ଜଣାପଡିଛି। ଏନେଇ ବିଲ ଗେଟ୍ସ ସୋସିଆଲ ମିଡ଼ିଆ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ବିଲ୍ ଗେଟ୍ସଙ୍କ ପୋଷ୍ଟକୁ ରି-ପୋଷ୍ଟ କରିବା ସହ କୋଟି କୋଟି ଲୋକଙ୍କ ଉନ୍ନତି ଲାଗି ଯାହା ସମ୍ଭବ ସେ ସଂପର୍କରେ ଆଲୋଚନା କରି ଖୁସିବ୍ୟକ୍ତ କରିଛନ୍ତି।

ଭାରତ ଗସ୍ତରେ ଆସି ବିଭିନ୍ନ ସ୍ଥାନ ବୁଲି ବିଭିନ୍ନ କାର୍ୟ୍ୟକ୍ରମରେ ଯୋଗ ଦେବା ସହ ଭାରତୀୟ ଜିନିଷ ଗୁଡ଼ିକର ଭରପୁର ମଜା ନେଉଛନ୍ତି ବିଲ୍‍ ଗେଟ୍ସ । ନିକଟରେ ସେ ଓଡ଼ିଶା ଗସ୍ତରେ ଆସିଥିଲେ। କୋଭିଡ୍-୧୯ ମହାମାରୀ ସକାସେ ଅନେକ ଦିନର ବ୍ୟବଧାନ ପରେ ସେ ଭାରତ ଗସ୍ତରେ ଆସିଥିବା ତାଙ୍କ ବ୍ଲଗ୍‌ରେ ଲେଖିଛନ୍ତି। ସେ ମୋଦୀଙ୍କ ସହ ଜଳବାୟୁ ପରିବର୍ତ୍ତନ, ଭାରତର ସ୍ବାସ୍ଥ୍ୟ ବ୍ୟବସ୍ଥା, କୋଭିଡ୍-୧୯ ଟିକା ପ୍ରସ୍ତୁତିରେ ଏହାର ଆଗଧାଡ଼ିଆ ନେତୃତ୍ବ, ଗତିଶକ୍ତି ଆଦି ସମ୍ପର୍କରେ ଆଲୋଚନା କରିଥିବା କହିଛନ୍ତି। ଏଥିସହ ‌ବିଭିନ୍ନ କ୍ଷେତ୍ରରେ ଭାରତ ବିକାଶକୁ ବିଲ୍‌ ଗେଟ୍‌ସ ପ୍ରଶଂସା କରିଛନ୍ତି।

Leave A Reply

Your email address will not be published.