ରାଉରକେଲାରେ ଜଣେ ବ୍ୟବସାୟୀଙ୍କ ଘରେ ଇଡି ପକ୍ଷରୁ ଚଢ଼ଉ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ରାଉରକେଲାରେ ଜଣେ ବ୍ୟବସାୟୀଙ୍କ ଘରେ ଇଡି ପକ୍ଷରୁ ଚଢ଼ଉ ଚାଲିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବିଭାଗ ଆଜି ସହରର ଜଣେ ପ୍ରମୁଖ ବ୍ୟବସାୟୀ ତଥା ଚାଟାର୍ଡ ଆକାଉଣ୍ଟାଣ୍ଟ ଅଜୟ କଦମୱାଲାଙ୍କ ଘରେ ରେଡ୍ କରିଛି ।

ତାଙ୍କର ରାଉରକେଲା ସ୍ଥିତ ବାସଭବନ, ଅଫିସ ଓ ଭୁବନେଶ୍ବରରେ ଥିବା ଠିକଣା ସମେତ ମୋଟ ୫ଟି ସ୍ଥାନରେ ଚଢାଉ ହେଉଛି । ଏହି ଚଢାଉରେ ୨୦ରୁ ଅଧିକ ଇଡି ଅଧିକାରୀ ସାମିଲ ଅଛନ୍ତି । ବର୍ତ୍ତମାନ ଆର୍ଥିକ ବର୍ଷ ଶେଷ ହୋଇଆସୁଥିବା ବେଳେ ଇଡି ସ୍କାନରରେ ଅଛନ୍ତି ବହୁ ଦୁର୍ନୀତିଗସ୍ତ ପ୍ରତିଷ୍ଠାନ । ଏହି କ୍ରମରେ ରାଉରକେଲା ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କ ଉପରେ ରେଡ୍ ହେଉଥିବା କୁହାଯାଉଛି । ଠକେଇ ନେଇ ଅଭିଯୋଗ ହେବା ପରେ ଇଡି ପକ୍ଷରୁ ଚଢ଼ଉ କରାଯାଇଥିବା ସୂଚନା ମିଳିଛି।

ସୂଚନା ଯେ, ଅଜୟ କଦମାୱାଲା ବିରୋଧରେ EDରେ ଅଭିଯୋଗ ହୋଇଛି ଯେ, ନିଜର ବ୍ୟବସାୟରେ ଆର୍ଥିକ ହେରଫେର ସହ ଟିକସ ଫାଙ୍କୁଥିବା ଅନ୍ୟ ବ୍ୟବସାୟିକ ପ୍ରତିଷ୍ଠାନଗୁଡିକ ପାଇଁ ସେ ଆଇନର ଗଳାବାଟ ତିଆରି କରୁଥିଲେ । ଏନେଇ ଇଡିରେ ଅଭିଯୋଗ ହେବା ପରେ ଆଜି ହଠାତ୍ ଇଡି ଅଧିକାରୀମାନେ କଦମାୱାଲାଙ୍କ ଅଫିସ, ଘର ସମେତ ଏକକାଳୀନ ୫ଟି ସ୍ଥାନରେ ରେଡ୍ କରିଛନ୍ତି । ରାଉରକେଲା ସହରର କଚେରି ରୋଡରେ ଥିବା ତାଙ୍କର ଦୁଇଟି କାର୍ଯ୍ୟାଳୟ, ବିଶ୍ରା ଡାହାରରେ ଥିବା ଘର, ବଡବିଲ ସହ ଭୁବନେଶ୍ୱର ଠିକଣାରେ ଚଢାଉ ଜାରି ରଖିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

Leave A Reply

Your email address will not be published.