ଜଙ୍ଗଲ ଗଛ କାଟିବାକୁ କେନ୍ଦ୍ର କରି ଫୋରେଷ୍ଟ ଗାର୍ଡଙ୍କ ଉପରେ ଆକ୍ରମଣ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବାରିପଦା ବନଖଣ୍ଡ ଅନ୍ତର୍ଗତ ବାଙ୍ଗିରିପୋଷି ବନାଞ୍ଚଳ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖ‌ିବାକୁ ମିଳିଛି। ଗତକାଲି ବାଙ୍ଗିରିପୋଷି ରେଞ୍ଜ ର ଯୋକା ବିଟ ଅଂଚଳରେ ସଂରକ୍ଷିତ ଜଙ୍ଗଲରୁ ଗଛ କାଟିବାକୁ କେନ୍ଦ୍ର କରି ଜଣେ ଫରେଷ୍ଟ ଗାର୍ଡ ଙ୍କ ଉପରେ ସ୍ଥାନୀୟ ଗ୍ରାମବାସୀ ମାନେ ଆକ୍ରମଣ କରିଛନ୍ତି।

ଯୋକା ବିଟରେ ଥିବା ଶାଳବଣରେ କିଛି ଲୋକ ଗଛ କାଟୁଥିବା ଖଵର ପାଇ ସେଠାରେ କାର୍ଯ୍ୟରତ ବୁଧୁରାମ ସିଂ ନାମକ ବନ କର୍ମଚାରୀ ଜଙ୍ଗଲରୁ ଶାଳ ଗଛ କାଟୁଥିବା ଲୋକମାନଙ୍କୁ ପ୍ରତିବାଦ କରିଥିଲେ। ଉଭୟ ଙ୍କ ମଧ୍ୟରେ ବଚସା ହେବାପରେ ସ୍ଥାନୀୟ ଲୋକମାନେ ଉତ୍ୟକ୍ତ ହୋଇ ଫରେଷ୍ଟ ଗାର୍ଡ ବୁଧିରାମ ସିଂ ଙ୍କ ଉପରେ ଆକ୍ରମଣ କରିଛନ୍ତି ବୋଲି ବନ ବିଭାଗ କହିଛି ।

ତେବେ ବର୍ତ୍ତମାନ ସୁଦ୍ଧା ଥାନାରେ ଏନେଇ କୌଣସି ଅଭିଯୋଗ ହୋଇନଥିବା ଜଣାପଡିଛି ।ଅନ୍ୟପକ୍ଷେ ଘଟଣାର ତଦନ୍ତ କରିବି ଏବଂ ଆଜି ବାଙ୍ଗିରିପୋଷି ଥାନା ରେ ଅଭିଯୋଗ କରାଯିବ ବୋଲି ସଂପୃକ୍ତ ରେଞ୍ଜ ଅଧିକାରୀ କହିଛନ୍ତି । ମାତ୍ର ଏହି ଘଟଣା ସମ୍ପର୍କରେ ଏକ ଭିଡ଼ିଓ ଗତକାଲି ଠାରୁ ଭାଇରାଲ ହୋଇ ମୋବାଇଲ ରୁ ମୋବାଇଲ ଘୁରି ବୁଲୁଛି।

Leave A Reply

Your email address will not be published.