ଅବସର କାଳୀନ ସମ୍ବର୍ଦ୍ଧନା ସଭା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ସାଲେପୁର ବ୍ଲକ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ (ଛୋଟିପଡା) ର ସହକାରି ଶିକ୍ଷକ ସୁମନ୍ତ କୁମାର ବେହେରାଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ପାଳିତ ହୋଇଯାଇଛି l ଏହି ଅବସରରେ ବିଦ୍ୟାଳୟର ପୁରାତନ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଏକ ସଭାର ଆୟୋଜନ କରାଯାଇଥିଲା l

ସହକର୍ମୀ ଶିକ୍ଷକ ଶିକ୍ଷୟତ୍ରୀ ବହୁପୁରାତନ ଛାତ୍ର ଛାତ୍ରୀ ବିଦ୍ୟାଳୟର ଛାତ୍ର ଛାତ୍ରୀ ଉପସ୍ଥିତ ରହି ଶ୍ରୀଯୁକ୍ତ ବେହେରା ଙ୍କ ଗୁଣାତ୍ମକ ଶିକ୍ଷାଦାନ ସହ ବିଦ୍ୟାଳୟ ପ୍ରତି ଥିବା ଅତୁଳନୀୟ ଅବଦାନକୁ ବର୍ଣ୍ଣନା କରିଥିଲେ l ଶ୍ରୀ ବେହେରା ଜଣେ ମିଷ୍ଠଭାସି ପରୋଉପକାରୀ ଏବଂ ଛାତ୍ର ଛାତ୍ରୀ ଙ୍କୁ ନିଜର ପିଲାମାନଙ୍କୁ ତାଗିଦ କରିଲା ପରି ତାଗିଦ କରୁଥିଲେ ଏବଂ ତାଙ୍କର ବିଜ୍ଞାନ ଶିକ୍ଷାଦାନ ଶୈଳୀ ବେସ ଉଚକୋଟିର ଥିଲା ଯାହା ଛାତ୍ର ଛାତ୍ରୀ ମାନେ ସହଜରେ ଗ୍ରହଣ କରିପାରୁଥିଲେ l ଏଭଳି ଜଣେ ଭଲ ଶିକ୍ଷକ ଆଜି ବିଦ୍ୟାଳୟରୁ ଅବସର ନେଲା ପରେ ଅତ୍ୟନ୍ତ ଦୁଃଖପ୍ରକାଶ କରିଛନ୍ତି ଛାତ୍ର ଛାତ୍ରୀ l

ମଣ୍ଡଳ ଶିକ୍ଷା ଅଧିକାରୀଙ୍କ ମାଧ୍ୟମରେ ସରକାରଙ୍କୁ ଅନୁରୋଧ କରିଛନ୍ତି ଯେପର୍ଯ୍ୟନ୍ତ ଶ୍ରୀ ବେହେରାଙ୍କ ଶିକ୍ଷକ ପଦବୀ ପୂରଣ ନ ହୋଇଛି ସେ ପର୍ଯ୍ୟନ୍ତ ଶ୍ରୀ ବେହେରାଙ୍କୁ ଅତିଥି ଶିକ୍ଷକ ରୂପେ ବିଦ୍ୟାଳୟକୁ ନିଯୁକ୍ତି ଦେବା ପାଇଁ l ବିଜ୍ଞାନ ଶିକ୍ଷକ ଶ୍ରୀ ବେହେରାଙ୍କୁ ବିଦାୟ ସମ୍ବର୍ଦ୍ଧନା ସଭାରେ ରେ ଉତରୀୟ, ପୁଷ୍ପଗୁଚ୍ଛ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିବା ସହ ଏକ ରାଲି ଯୋଗେ ଖୋଲା ଜିପରେ ବସାଇ ସହସହ ପୁରାତନ ଛାତ୍ର ଛାତ୍ରୀ ଶିକ୍ଷକଙ୍କୁ ତାଙ୍କ ବାସଭବନ ମାହାଙ୍ଗା ବ୍ଲକ ଓସ୍ତପୁରରେ ସହସସମ୍ମାନ ରେ ପହଁଚାଇଥିଲେ l ଏଭଳି ଗୁରୁଶିଷ୍ୟ ଙ୍କ ଭଲପାଇବା ଦେଖି ଅଞ୍ଚଳ ବାସୀ ମାନେ ପୁରାତନ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରଂସଶା କରିଥିଲେ l

Leave A Reply

Your email address will not be published.