ପ୍ରଶାନ୍ତ ଜଗଦ୍ଦେବଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନନେଲେ ମୁହଁରେ କଳାପଟି ବାନ୍ଧି ସତ୍ୟାଗ୍ରହ କରିବ ବିଜେପି

0

ଓଡିଆ ନ୍ୟୁଜ୍(ବ୍ୟୁରୋ): ପ୍ରଶାନ୍ତ ଜଗଦ୍ଦେବଙ୍କୁ ବିଜେଡିରୁ ବହିଷ୍କାର କରାଯାଉ ଏବଂ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ । ଆଜି ରାଜ୍ଯ କାର୍ଯ୍ୟାଳୟ ରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏଭଳି ଦାବି କରିଛି ବିଜେପି ।
ଚିଲିକାର ବାହୁବଳୀ ବିଜେଡି ବିଧାୟକ ମଦ ପିଇ ଗାଡି ଚଳାଇବା ସହ ବିଜେପିର କର୍ମୀଙ୍କୁ ମାରିବାକୁ ଉଦ୍ୟମ କରିବା ସହ ଗଣତନ୍ତ୍ରକୁ ହତ୍ୟା କରିବାକୁ ଉଦ୍ୟମ କରିଛନ୍ତି ବୋଲି କହିଲେ ବିଜେପିର ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର । ବିଧାୟକଙ୍କ ବାରମ୍ବାର ଦବଙ୍ଗଗିରି ସାମ୍ନାକୁ ଆସୁଥିଲେ ବି କାହିଁକି ତାଙ୍କୁ ବିଜେଡି ଦଳରୁ ବହିଷ୍କାର କରିନାହିଁ । ଗତକାଲି ମୁଖପାତ୍ର କହିଲେ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା । ମାତ୍ର ଏହି ନିଲମ୍ବନ କେବଳ ନାଟକ ହିଁ ଥିଲା ବୋଲି ବିଜେପି କହୁଛି । କାରଣ ସେ ନିଲମ୍ବନ ହେବା ପରେ ବି ଦଳର ସମସ୍ତ କାର୍ଯ୍ୟକ୍ରମରେ ସାମିଲ ହେଉଥିଲେ । ତେଣୁ ତାଙ୍କୁ ବହିଷ୍କାର କରଯାଉ । ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୁଦ୍ଧରେ କୋଠର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରଯାଉ । ତାଙ୍କ ଏପରି ଆଚରଣ ପାଇଁ ଓଡ଼ିଶା ରାଜ୍ୟର ଛବି ମଳିନ ହୋଇଛି । ତାଙ୍କୁ ପୂର୍ବରୁ ହିଁ ବହୁବଳୀ ବିଧାୟକ କୁହାଯାଉଥିଲା । ବୌଦ୍ଧ ଜିଲ୍ଲାରେ ବିଜେପି କର୍ମୀ ଙ୍କୁ ମାଡ଼ ମାରିବା ବା ଚିଲିକା ରେ ଦଳିତ ଯୁବକ କୁ ମାଡ଼ ମାରି ଲହୁ ଲୁହଣ କରିଥିଲେ । ପଶ୍ଚିମବଙ୍ଗ ରେ ଯେମିତି ବିଜେପି କର୍ମୀ ମାନଙ୍କୁ ମାରିଦେବ କୁ ଉଦ୍ୟମ ହେଉଛି ଏଠି ଓଡ଼ିଶାରେ ବି ସେଇଭଳି କାର୍ଯ୍ୟକର୍ତା ଙ୍କୁ ଆକ୍ରମଣ ହେଉଛି ।

ଚିଲିକା ବାଣପୁର ରେ ବିଜେପି ଜିତୁଥିବା ଜାଣି ବିଧାୟକ ଫ୍ରଷ୍ଟେସନ ରେ ନିର୍ବାଚନକୁ ବନ୍ଦ କରିବାକୁ ଚାହୁଁଥିଲେ । ଆଉ ସବୁ କରିବା ପାଇଁ ବିଜେଡି ତାଙ୍କୁ ପ୍ରଶୟ ଦେଇଥିବା ଆଭିଯୋଗ ଆଣିଲେ ବିଜେପିର ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର । ଏହା ଦ୍ୱାରା ଗଣତନ୍ତ୍ର କୁ ହତ୍ୟା କରାଯାଇଛି ।

ସେପଟେ ଗୋଲକ ମହାପାତ୍ର ପ୍ରତିକ୍ରିୟାରେ କହିଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେଵଙ୍କ ଅମାନବୀୟ ଆଚରଣକୁ ନେଇ ସତ୍ୟାଗ୍ରହ କରିବ ବିଜେପି । ସମଗ୍ର ରାଜ୍ୟରେ ହେବ ଏହି ସତ୍ୟାଗ୍ରହ । ସମସ୍ତ ସହରାଞ୍ଚଳ ଏବଂ ବ୍ଲକ ମୁଖ୍ୟାଳୟ ଓ ଜିଲ୍ଲା ମୁଖ୍ୟାଳୟ ସାମ୍ନା ରେ ମୁହଁରେ କଳା ପଟି ବାନ୍ଧି ଏହି ସତ୍ୟା ଗ୍ରହ କରାଯିବ । ଫ୍ରାଷ୍ଟ ଟ୍ରାକ କୋର୍ଟ ମାଧମରେ ଏହାର ବିଚାର କରି ତୁରନ୍ତ ଦୋଷୀକୁ କଡା ଦଣ୍ଡ ଦେବାକୁ ଦାବି କରିବ ଦଳ । ଗତକାଲିର ଘଟଣା ମିଛ ନିଲମ୍ବନ ସତ ଆକ୍ରମଣ । ଯେହେତୁ ଗତକାଲି ବିଜେପି ବାଣପୁରରେ ବିଜେପି ଜିତିଲା ତେଣୁ ଯୋଜନା ବଦ୍ଧ ଭାବେ ଏହି ଘଟଣା ଭିଆଯାଇଛି ବୋଲି କହିଲା ବିଜେପି ।

Leave A Reply

Your email address will not be published.