ଭାଇକୁ ହାଣିଲା ଭାଇ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସଇତାନ ସାଜିଲା ଭାଇ| ହଁ ଦର୍ଶକ ବନ୍ଧୁ କଥାରେ ଅଛି, କ୍ଷୀର ଯଦି ପିଇବା ମନ ଘରେ ରଖି ଥିବ ଗାଇ, କଳି ଯଦି କରି ବସିବ ସାଙ୍ଗରେ ଥିବ ଭାଇ | ତେବେ ବାଟରେ ହେଉ କି ଘାଟରେ ହେଉ ଯଦି ସାଙ୍ଗରେ ଗୋଟିଏ ଭାଇ ଥାଏ ତେବେ ବାଟ ଚାଲିବାରେ ଡର ନ ଥାଏ | ତେବେ ଭାଇ ଯେତେବେଳେ ଭଗାରୀ ସାଜି ଦାଉ ସାଧେ, ସେତେବେଳେ ଦୁଇ ପରିବାର ରେ ଝଡ଼ ସୃଷ୍ଟି ହୁଏ |

ଏଭଳି ଏକ ଘଟଣା ଭାଇ ଭାଇ ମଧ୍ୟରେ ଘଟିଯାଇଛି ଯେ ଜଣେ ଜଣକୁ ଗୋଟିଏ ମା’ର ସନ୍ତାନ ବୋଲି ଭୁଲି ଯାଇଥିଲେ | ସାମାନ୍ୟ ଜାଗା ଜମି କଥାରେ ମୃତ ବାପା, ମା’ଙ୍କ ପ୍ରତିମୂର୍ତ୍ତି ନିକଟରେ ଗଡିଲା ସାନ ପୁଅ ର ମୁଣ୍ଡ | ହଁ ଆଜ୍ଞା ଏଭଳି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ନଳଗଜା ପଞ୍ଚାୟତ ଅଧୀନ ନୁଣଚାଟି ଗାଁରେ | ସୂଚନା ମୁତାବକ ମୃତ ଦେବେନ୍ଦ୍ର ମାହାନାଙ୍କ ୫ ପୁଅ ମଧ୍ୟରୁ ମଝିଆଁ ପୁଅ ଅରୁଣ ମହାନା(୪୮)ତାର ସାନଭାଇ ଜୟନ୍ତ ମାହାନା ଅର୍ ଅଫ୍ ତୁଲୁ କୁ ଏକ ଧାରୁଆ ଖଣ୍ଡାରେ ହାଣି ନୃଶଂସ ଭାବେ ହତ୍ୟା କରିଛି |

ତେବେ ଘଟଣାଟି ସକାଳ ପ୍ରାୟ ୮ଟା ସମୟରେ ଏଭଳି ବିଭତ୍ସ ହତ୍ୟାକାଣ୍ଡ ଘଟିଥିବା ପ୍ରତ୍ୟକ୍ଷଦର୍ଶୀ ମୃତକଙ୍କ ୪ନମ୍ବର ଭାଇ ବକ୍ତବ୍ୟ ରଖିଛନ୍ତି | ଖବର ପାଇ ରାସଗୋବିନ୍ଦପୁର ଥାନା ଅଧିକାରିଣୀ ସୁକାନ୍ତି କରେଇ,ଏସ୍ ଆଇ ଲକ୍ଷ୍ମୀ ପ୍ରିୟା ଲେଙ୍କା ସ୍ବଦଳେ ବଳେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ବାରିପଦା ପଠାଇଛନ୍ତି | ତେବେ ଅରୁଣ ହତ୍ୟା କାଣ୍ଡ ଘଟାଇ ଏକ ବାଇକ୍ ଯୋଗେ ଫେରାର ହୋଇଯାଇଥିବା ବେଳେ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି |

Leave A Reply

Your email address will not be published.