ନିଖୋଜ ଦିବ୍ୟାଙ୍ଗ ଶିଶୁକୁ ଉଦ୍ଧାର କଲା ଜିଲ୍ଲା ଆଇନସେବା ପ୍ରାଧିକରଣ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବାପା ମା ଛେଉଣ୍ଡ ନିଖୋଜ ଦିବ୍ୟାଙ୍ଗ ଶିଶୁକୁ ଉଦ୍ଧାର କରି ଥଇଥାନ କରାଯାଇଛି। ବାରିପଦାର ମଞ୍ଚାବନ୍ଧା ନିକଟସ୍ଥ ଥିବା ଏକ ଢ଼ାବାରୁ ଉକ୍ତ ଶିଶୁକୁ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ, ବେତନଟୀ ଅଞ୍ଚଳର ସନିଆ ସିଂ ନାମକ ଦିବ୍ୟାଙ୍ଗ ଶିଶୁ ନିଖୋଜ ହୋଇ ଉକ୍ତ ଢ଼ାବା ନିକଟରେ ଦୁଇ ଦିନ ହେବ ପଳେଇ ଆସିଛନ୍ତି।

ସ୍ଥାନୀୟ ଲୋକଙ୍କ ଠାରୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପିଏଲଭି ରବୀନ୍ଦ୍ର କୁମାର ମହାନ୍ତି ଜାଣିବାକୁ ପାଇଥିଲେ। ଏଥିପରେ ସେ ଘଟଣା ନେଇ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ମିସ ଶିବାନୀଙ୍କ ଦୃଷ୍ଟିକୁ ଆଣିଥିଲେ। ତେବେ ଏନେଇ ଆଇନ ସେବା ପ୍ରାଧିକରଣ ସଚିବଙ୍କ ନିର୍ଦ୍ଦେଶକ୍ରମେ ଏକ ଟିମ ବୁଧବାର ଯାଇଥିଲେ। ସେଠାରୁ ଦିବ୍ୟାଙ୍ଗ ଶିଶୁକୁ ଉଦ୍ଧାର କରି ଜିଲ୍ଲା ପ୍ରଶାସନ ସହାୟତାରେ ଜିଲ୍ଲା ଆଇନସେବା ପ୍ରାଧିକରଣ କାର୍ଯ୍ୟାଳୟକୁ ଆଣିଥିଲେ।

ସେଠାରେ ଅନୁଧ୍ୟାନ କରାଯାଇ ସିଡବ୍ଲୁସିରେ ଆଣି ରଖାଯାଇଛି। ଶିଶୁ ସୁରକ୍ଷା ବିଭାଗ ଜରିଆରେ ଶିଶୁର ଥଇଥାନ ନେଇ ବ୍ୟବସ୍ଥା କରାଯାଇଛି। ଦିବ୍ୟାଙ୍ଗ ଶିଶୁ କିପରି ଶିକ୍ଷା ଗ୍ରହଣ ସହିତ ଅନ୍ୟାନ୍ୟ ବ୍ୟବସ୍ଥା କରିବା ପାଇଁ ଜିଲ୍ଲା ପ୍ରଶାସନଙ୍କୁ ଜଣାଯାଇଛି। ଉଦ୍ଧାର ସମୟରେ ପ୍ରଦୀପ କୁମାର ଜେନା, ତାପସ କୁମାର ଦତ୍ତ, ଭିଷାଳ କୁମାର ରାମ, ଜୟଶ୍ରୀ ଦାସ ସମେତ ଅନ୍ୟାନ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.