ଆଦର୍ଶ ବିଦ୍ୟାଳୟରେ ଅବ୍ୟବସ୍ଥା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସରକାର ଗ୍ରାମାଞ୍ଚଳରେ କୋମଳମତି ଛାତ୍ର ଛାତ୍ରୀ ମାନଙ୍କୁ ଉଚ୍ଚ କୋଟୀର ଶିକ୍ଷାଦାନ କରାଇବା ପାଇଁ ଓ ଶିକ୍ଷା ବ୍ୟବସ୍ଥାକୁ ସମୃଦ୍ଧି କରିବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରତ୍ୟେକ ବ୍ଲକରେ ଆଦର୍ଶ ବିଦ୍ୟାଳୟ ନିର୍ମାଣ ପାଇଁ ବ୍ୟବସ୍ଥା କରିଥିଲେ। ୨୦୨୨ ମସିହାରେ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ଅନ୍ତର୍ଗତ କୁରୁଜଙ୍ଗା ବିଦ୍ୟାଳର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବାରୁ ଏହି ବିଦ୍ୟାଳୟଟି ଚାଟରା ଚୋକଡା ପଞ୍ଚାୟତ ହାପିମେଳ ପ୍ରାଥମିକ ବିଦ୍ୟାଳୟର ଅସ୍ଥାୟୀ ଭାବେ ଚାଲୁଥିଲା।

ଚଳିତବର୍ଷ ବିଦ୍ୟାଳୟ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନଥିବା ବେଳେ ପୂର୍ତ୍ତ ବିଭାଗ ପକ୍ଷରୁ ୮ଗୋଟି କୋଠରୀ ଆଦର୍ଶ ବିଦ୍ୟାଳୟ ପାଇଁ ହସ୍ତାନ୍ତର କରିଥିବା ରୁ ବିଦ୍ୟାଳୟ ଟି ସ୍ଥାନାନ୍ତର ହୋଇଥିଲା। ହେଲେ ଅଦ୍ୟାବଧି ଛାତ୍ର ଛାତ୍ରୀ ମାନେ ତଳେ ବସି ପାଠପଢୁଥିବା ବେଳେ ସେମାନଙ୍କ ପାଇଁ ଡେସ୍କ,ବେଞ୍ଚ ଓ ଶିକ୍ଷକ ମାନଙ୍କ ପାଇଁ ଚେୟାର, ଟେବୁଲ୍ ଓ ଅନ୍ୟାନ୍ୟ ଶିକ୍ଷା ସରଞ୍ଜାମ ନ ଥିବାରୁ ଅଭିଭାବକ ଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି।

ଏପଟେ ଜିଲ୍ଲା ଶିକ୍ଷାଧିକାରୀ ପ୍ରଦିପ ନାଗଙ୍କୁ ଆମେ ଭେଟି ଆଲୋଚନା କରିଥିଲୁ, ସେଇ କହିଲେ ଆମେ ଅନ୍ୟ ବିଦ୍ୟାଳୟ ରୁ ପୁରୁଣା ଡେସ୍କ ବେଞ୍ଚ ଆଣି କି ଦେବୁ ୪୫ ଦିନ ମଧ୍ୟ ରେ ଟେଣ୍ଡର ପ୍ରକ୍ରିୟା ଶେଷ ହେବାପରେ ନୂତନ ଡେସ୍କ ବେଞ୍ଚ ଓ ଟେବୁଲ୍ ଚେୟାର ଯୋଗାଇ ଦେବୁ। ଅଙ୍ଗନବାଡ଼ି ପିଲାଙ୍କ ଠାରୁ ଆରମ୍ଭ କରି ସାଧାରଣ ବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ମାନେ ଡେସ୍କ ବେଞ୍ଚ ରେ ବସୁଥିଲା ବେଳେ ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ କାହିଁକି ଅଣଦେଖା କରାଯାଉଛି, ଏହାକୁ ନେଇ ଶିକ୍ଷାବିତ ଙ୍କ ମହଲରେ ଗଭିର ପ୍ରତିକ୍ରିୟା ପ୍ରକାଶ ପାଇଛି।

Leave A Reply

Your email address will not be published.