ରାଇରଙ୍ଗପୁର ଉପଖଣ୍ଡ ଚିକତ୍ସାଳୟରେ ମେଗା ଅସ୍ତ୍ରପଚାର ଶିବିର 

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଉପଖଣ୍ଡ ଚିକତ୍ସାଳୟରେ ଏକ ମେଗା ହାଇଡ୍ରୋସିଲ ଅସ୍ତ୍ରପଚାର ଶିବିର SDMO, ଡାକ୍ତର ରବୀନ୍ଦ୍ର କୁମାର ମାର୍ଣ୍ଡି ଙ୍କ ତତ୍ଵାବଧlନ ରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ ଜିଲ୍ଲା ଏନଭିବିଡିସିପି ୟୁନୀଟି, ଏବଂ ମ୍ୟାନକlଇଣ୍ଡି, ଲେପ୍ରା ସୋସାଇଟି ଙ୍କ ମିଳିତ ସହଯୋଗରେ 12 ଜଣ ରୋଗୀଙ୍କ ର ସଫଳ ଅସ୍ତ୍ରପଚାର କରାଯାଇଛି |

ଉକ୍ତ ଶିବିରରେ ବହଳଦା ବ୍ଲକ ର 2 ଜଣ, ତିରିଂ ବ୍ଲକ ର 5ଜଣ, ରାଇରଙ୍ଗପୁର ବ୍ଲକ ର 5ଜଣ,(ଟୋଟାଲ 12ଜଣ )ସଫଳ ଅସ୍ତ୍ରପ୍ରଚାର କରାଗଲା | ଆଗକୁ ମଧ୍ୟ ଏପରି କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି ଡାକ୍ତର ସୂଚନା ଦେଇଥିଲେ |ଡାକ୍ତର ସତ୍ୟପ୍ରକାଶ ଧଳ, ଡାକ୍ତର ଡି. ଏନ ପରିଡା, ଡାକ୍ତର. ଶାନ୍ତନୁ ଦାସ, ଶିବିରକୁ ସଫଳ ରୂପାୟନ କରିଥିଲେ |

ଏହି କ୍ୟାମ୍ପକୁ SDH ର ହସ୍ପିଟାଲ ମ୍ୟାନେଜର, ଆଲୋକ କୁମାର ଗୋଛାୟତ, ଲେପ୍ରା ସୋସାଇଟି ର ଦୀପକ କୁମାର ପାତ୍ର, ରବୀନ୍ଦ୍ର ଦାସ, ସୁକୁମତୀ ହେମ୍ବ୍ରମ, ଆମ୍ବୁବତୀ ଦଳାଇ, ଏବଂ ପ୍ରୋଜେକ୍ଟ ଆସୋସିଏଟ ପ୍ରହଲ୍ଲାଦ ମଙ୍ଗରାଜ ଶିବିର କୁ ସୁ ପରିଚାଳନା ନିମନ୍ତେ ସହଯୋଗ କରିଥିଲେ |

Leave A Reply

Your email address will not be published.