ପାରିବାରିକ କଳହକୁ କେନ୍ଦ୍ର କରି ନିଜ ବେକ କାଟିଲେ ଯୁବକ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପାରିବାରିକ କଳହକୁ କେନ୍ଦ୍ର କରି ବିଷ ପିଇ ଧାରୁଆ ଅସ୍ତ୍ରରେ ନିଜ ବେକ କାଟିଲେ ଯୁବକ | ଗୁରୁତ୍ୱର ଅବସ୍ଥାରେ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ | ଗୁରୁତ୍ୱର ଯୁବକ ଜଣକ ହେଲେ ରଞ୍ଜନ ରାଉଳ | ପୋଲିସର ତଦନ୍ତ ଜାରୀ |

ଏଭଳି ଘଟଣାଘଟିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଉତ୍ତରପଡା ଗ୍ରାମରେ | ଗ୍ରାମର ରଞ୍ଜନ ରାଉଳ ଓ ତାଙ୍କ ସ୍ତ୍ରୀ ମଧ୍ୟରେ ଆଜି ସକାଳ ସମୟରେ କଳହ ହୋଇଥିଲା | ଗ୍ରାମର କିଛି ଭଦ୍ର ବ୍ୟକ୍ତି ଉକ୍ତ କଳହ ସମାଧାନ ପାଇଁ ବସିଥିଲା ବେଳେ ରଞ୍ଜନ ଉତକ୍ଷିପ୍ତ ହୋଇ ଘର ଭିତରକୁ ପଶିଯାଇ ଘରେ ଥିବା ବିଷ ପିଇବା ସହିତ ଏକ ଧାରୁଆ ଅସ୍ତ୍ରରେ ନିଜ ବେକକୁ କାଟି ଦେଇଥିଲେ |

ରକ୍ତଜୁଡୁବୁଡୁ ଅବସ୍ଥାରେ ରଞ୍ଜନକୁ ଉଦ୍ଧାର କରି ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲକୁ ନେଇ ଆସିଥିଲେ | ତାଙ୍କ ଅବସ୍ଥା ଗୁରୁତ୍ୱର ହେବାରୁ ତାଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତର ଖାନାକୁ ସ୍ଥାନାନ୍ତରିତ କରାଯାଇ ଥିଲା ବେଳେ ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଜାରୀ ରଖିଛି |

Comments are closed.