ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କଟକ ସାଲେପୁର ରାସ୍ତାର ସାଲେପୁର ଶିଶୁଆ ବଜାର ନିକଟରେ ମୋ ବସ୍ ଧକ୍କାରେ ନବମ ଶ୍ରେଣୀର ଛାତ୍ର ଗୁରୁତର। ମୋ ବସ ଧକ୍କାରେ ଛତ୍ର ଜଣକ ପାଖାପାଖି ୧୫ମିଟର ସାଇକେଲ ସହ ଘୋଷାରି ହୋଇ ଯାଇଥିବା ଦେଖିବାକୁ ମିଳିଛି। ଗୁରୁତର ଛାତ୍ର ଜଣକ ହେଲେ ଶିଶୁଆ ଅଞ୍ଚଳର ଅମୁଲ୍ୟ ଛାଟୋଇଙ୍କ ନବମ ଶ୍ରେଣୀରେ ପଡୁଥିବା ପୁତ୍ର ବଳରାମ ଛାଟୋଇ।
ବଳରାମଙ୍କୁ ଗୁରୁତର ଅବସ୍ଥାରେ ସ୍ତାନୀୟ ଲୋକେ ଉଦ୍ଧାର କରି ପ୍ରଥମେ ସାଲେପୁର ମେଡିକାଲକୁ ନିଆଯାଇଥିଲା । ସେଠାରୁ ଗୁରୁତର ଅବସ୍ଥାରେ ଛାତ୍ରକୁ କଟକ ବଡ଼ମେଡିକାଲକୁ ଚିକିତ୍ସାପାଇଁ ପଠାଇ ଦିଆଯାଇଛି। ଘଟଣା ସ୍ଥଳରେ ଉତ୍ତେଜନା ଦେଖା ଦେଇଛି। ସ୍ତାନୀୟ ଲୋକେ ମୋ ବସ୍ ଡ୍ରାଇଭର ଓ କଣ୍ଡକ୍ଟର କୁ ଅଟକ ରଖି ପୋଲିସକୁ ଖବର ଦେଇଥିଲେ।
ଘଟଣା ସ୍ଥଳରେ ପୋଲିସ ପହଂଚିଥିଲେ ସୁଦ୍ଧା ଡ୍ରାଇଭର ଓ କଣ୍ଡକ୍ଟର କୁ ଉତ୍ୟକ୍ତ ଲୋକେ ଛାଡି ନଥିଲେ। ଉଚ୍ଚ କତୃପକ୍ଷ ଆସି ଦୃଢ଼କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି। କିଛି ସମୟ ପାଇଁ ରାସ୍ତା ରୋକ କରିଥିଲେ ସ୍ଥାନିୟ ଲୋକ।ତେବେ ପୋଲିସ ଓ ଉଚ୍ଚକତୃପକ୍ଷ ବୁଝାଇବାରୁ ରାସ୍ତାରୋକ ହଟିଥିଲା ।