ଆମେରିକା ସମେତ ୬ ଟି ଦେଶ ୟୁଏନଏସସିର ଜରୁରୀ ବୈଠକରେ ହେବେ ସାମିଲ; ୟୁକ୍ରେନର ମାନବିକ ପରିସ୍ଥିତି ଉପରେ ହେବ ଆଲୋଚନା

0

ୟୁକ୍ରେନ ଉପରେ ଆଲୋଚନା ପାଇଁ ମିଳିତ ଜାତିସଂଘ ସୁରକ୍ଷା ପରିଷଦ ତରଫରୁ ଗୁରୁବାର ଏକ ଜରୁରୀ ବୈଠକ ଡକାଯାଇଛି। ଏହି ବୈଠକ ଆଜି ଅପରାହ୍ନ ୩ ଟାରେ ଅନୁଷ୍ଠିତ ହେବ ଯେଉଁଥିରେ ୟୁକ୍ରେନର ମାନବିକ ପରିସ୍ଥିତି ଉପରେ ଆଲୋଚନା ହେବ। ଆମେରିକା, ବ୍ରିଟେନ, ଫ୍ରାନ୍ସ, ଆଲବାନିଆ, ଆୟର୍ଲାଣ୍ଡ ଏବଂ ନରୱେ ଦ୍ୱାରା ଏହି ବୈଠକ ଡକାଯାଇଛି। 

ଋଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ହେବାର ୨୧ ଦିନ ବିତିଯାଇଛି ଏବଂ ତଥାପି ସ୍ଥିତିରେ ସୁଧାର ଆସୁନାହିଁ। ତେବେ ଚାଲିଥିବା ଯୁଦ୍ଧକୁ ରୋକିବାରେ ଏପର୍ଯ୍ୟନ୍ତ ଆଲୋଚନା ବିଫଳ ହେବା ପରେ ଗତକାଲି ଋଷିଆ ଏବଂ ୟୁକ୍ରେନ କିଛି ସୂଚନା ଦେଇଛନ୍ତି ଯେ ଉଭୟ ପକ୍ଷ ମଧ୍ୟରେ ଚୁକ୍ତି ହେବାର ସମ୍ଭାବନା ଦେଖାଯିବାରେ ଲାଗିଛି।

ଏହାପୂର୍ବରୁ, ଅନ୍ତର୍ଜାତୀୟ ନ୍ୟାୟାଳୟ ଋଷିଆକୁ ତୁରନ୍ତ ୟୁକ୍ରେନରେ ସାମରିକ କାର୍ଯ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ୟୁକ୍ରେନ ଦାଖଲ କରିଥିବା ଆବେଦନ ଶୁଣାଣି ବେଳେ ଆଇସିଜେ ଏହା କହିଛି। ମିଳିତ ଜାତିସଂଘର ସୁପ୍ରିମକୋର୍ଟରେ ୧୩ ଜଣ ବିଚାରପତି ଦୁଇଜଣଙ୍କ ବିରୁଦ୍ଧରେ ୟୁକ୍ରେନ ସପକ୍ଷରେ ରାୟ ଦେଇଛନ୍ତି। ଯଦିଓ ଏହି ଅଦାଲତର ନିଷ୍ପତ୍ତି ବାଧ୍ୟତାମୂଳକ, କିନ୍ତୁ ଏହାର ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ପାଇଁ ଏହାର କୌଣସି ବ୍ୟବସ୍ଥା ନାହିଁ। ଅତୀତରେ ଏହା ମଧ୍ୟ ଦେଖାଯାଇଛି, ଯେତେବେଳେ ଦେଶଗୁଡ଼ିକ ଏହାର ଆଦେଶ ଉଲ୍ଲଂଘନ କରିଛନ୍ତି।

Leave A Reply

Your email address will not be published.