ଆଜି ପଞ୍ଜାବରେ ଭଗବନ୍ତ ମାନ ସରକାରରେ ମନ୍ତ୍ରୀମାନେ ଯୋଗଦେଇଛନ୍ତି। ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ବନୱାରୀ ଲାଲ ପୁରୋହିତ ମନ୍ତ୍ରୀମାନଙ୍କୁ ଶପଥ ପାଠ କରାଇଥିଲେ। ଆଜି ୧୦ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି। ଏକ ନମ୍ବରରେ ହରପାଲ ସିଂ ଖେମା ଏବଂ ୧୦ ନମ୍ବରରେ ହରଜତ ସିଂ ବେନ୍ସ୍ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ୩୧ ବର୍ଷିୟ ବେନ୍ସ୍ ଭଗବନ୍ତ ମାନ କ୍ୟାବିନେଟର ସବୁଠାରୁ କନିଷ୍ଠ ମନ୍ତ୍ରୀ। ୬୦ ବର୍ଷ ବୟସ୍କା କୁଲଦୀପ ସିଂ ଧାଲିୱାଲ ହେଉଛନ୍ତି ସର୍ବ ପୁରାତନ ମନ୍ତ୍ରୀ। ୯ ନମ୍ବରରେ ବ୍ରହ୍ମଶଙ୍କର ଜିମ୍ପା ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଗୁରୁମିତ ସିଂ ମିତ୍ ହେୟର ଷଷ୍ଠ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ଲଲଜିତ ସିଂ ଭୁଲାର ଅଷ୍ଟମ ନମ୍ବରରେ ଶପଥ ଗ୍ରହଣ କରିଥିଲେ।
ଆଜି ଶପଥ ଗ୍ରହଣ କରିଥିବା ‘ଆପ୍’ ବିଧାୟକମାନେ ହେଉଛନ୍ତି, ହର୍ପାଲ୍ ସିଂହ ଚୀମା, ଡାକ୍ତର ବଲ୍ଜିତ୍ କୌର୍, ହର୍ଭଜନ ସିଂହ ଇଟିଓ, ଡାକ୍ତର ବିଜୟ ସିଙ୍ଗ୍ଲା, ଲାଲ୍ଚାନ୍ଦ୍ କଟାରୁଚକ୍, ଗୁର୍ମୀତ୍ ସିଂହ ମୀତ୍ ହାୟେର୍, କୁଲ୍ଦୀପ୍ ସିଂହ ଧାଲିୱାଲା, ଲାଲ୍ଜିତ୍ ସିଂହ ଭୁଲ୍ଲର୍, ବ୍ରାମ୍ ଶଙ୍କେର୍ (ଜିମ୍ପା) ଓ ହରିଓତ୍ ସିଂହ ବେନ୍ସ୍।ଆଜି ନବଗଠିତ କ୍ୟାବିନେଟ୍ ବୈଠକରେ ମୁଖ୍ୟମନ୍ତ୍ରୀ ଭଗୱନ୍ତ୍ ମାନ୍ ଅଧ୍ୟକ୍ଷତା କରିବାର କାର୍ଯ୍ୟକ୍ରମ ରହିଛି।