ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ହିଣ୍ଡେନବର୍ଗ ରିପୋର୍ଟ ପରେ ଖୋଲିଲା ଷ୍ଟକ ମାର୍କେଟ। ସେୟାର ବଜାରରେ ଆଦାନୀ ସେୟାର ଉପରେ ପଡ଼ିଛି ବଡ଼ ପ୍ରଭାବ। ଏବେ ସୁଦ୍ଧା ମିଳିଥିବା ଖବର ମୁତାବକ, ଆଦାନୀ ସେୟାର ୧୭ ପ୍ରତିଶତ ହ୍ରାସ ହୋଇଥିବା ଜଣାପଡିଛି। ସୋମବାର ଆଦାନୀ ଗ୍ରୁପ୍ ପାଇଁ ପୁଣି ଥରେ କଳା ଦିନ ସାବ୍ୟସ୍ତ ହୋଇଛି। ସେହିପରି ଆଦାନୀ ଏଣ୍ଟରପ୍ରାଇଜେସ୍ 5.27% ହ୍ରାସ ପାଇ 3,018.55 ଟଙ୍କାରେ ପହଞ୍ଚିଛି।
ବଜାର ଖୋଲିବା ମାତ୍ରେ ଆଦାନି ଏନର୍ଜି ସଲ୍ୟୁସନ୍ସ ବ୍ୟବସାୟର ସର୍ବ ବୃହତ ହ୍ରାସ ଘଟିଥିଲା। କିଛି ସମୟ ପରେ ଏଥିରେ ସାମାନ୍ୟ ପରିବର୍ତ୍ତନ ଆସିବା ପୂର୍ବରୁ 17.06% ହ୍ରାସ ପାଇଥିଲା ଏନର୍ଜି ସଲ୍ୟୁସନ୍ସ। ସେହିପରି ଆଦାନୀ ଗ୍ରୀନ୍ ଏନର୍ଜି 6.96% ହ୍ରାସ ପାଇ 1,656.05 ଟଙ୍କା ହୋଇଛି। ଏଥିସହ ACC, ଅମ୍ବୁଜା ସିମେଣ୍ଟ ଏବଂ NDTV ମଧ୍ୟ 2-3% ହ୍ରାସ ଘଟିଛି। ଏବେ ଆଦାନୀ ଗ୍ରୁପର ସେୟାରରେ ବ୍ୟାପକ ହ୍ରାସ ରେକର୍ଡ କରାଯାଇଛି। ଆରମ୍ଭରୁ ଆଦାନୀ ଗ୍ରୁପର ସେୟାର ୧୭ ପ୍ରତିଶତ ପର୍ୟ୍ୟନ୍ତ କ୍ଷତିରେ କାରବାର କରୁଛି । ସେନସେକ୍ସରେ ଆଦାନୀ ଟୋଟାଲ ଗ୍ୟାସ୍ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଆଦାନୀ ପାୱାର ଓ ଆଦାନୀ ୱିଲମାରର ସେୟାର ୩ ପ୍ରତିଶତରୁ ଅଧିକ ହ୍ରାସ ପାଇଛି । ସେହିପରି ଆଦାନୀ ଗ୍ରୀନ୍ ଏନର୍ଜି ପ୍ରାୟ ଅଢ଼େଇ ପ୍ରତିଶତ ହ୍ରାସ ପାଇଛି।
ଶେଷରେ 2024 ଜାନୁଆରୀରେ ହିଣ୍ଡେନବର୍ଗର ରିପୋର୍ଟକୁ ଭିତ୍ତିହୀନ ଦର୍ଶାଇଥିଲେ ସୁପ୍ରିମକୋର୍ଟ | ଏହାପରେ ଆଦାନି ଗ୍ରୁପ୍ ପୁନର୍ବାର ମାର୍କେଟରେ ଦବଦବା ଜାହିର କରିଥିଲା। ଏସବୁ ମଧ୍ୟରେ ଶନିବାର ହିଣ୍ଡେନବର୍ଗ ପୁଣି ଆଦାନି ଗ୍ରୁପ୍ ବିରୁଦ୍ଧରେ ଅଭିଯୋଗ ଆଣିଛି। ଆମେରିକାର ଏହି ସର୍ଟ ସେଲିଂ ଫାର୍ମ ହିଣ୍ଡେନବର୍ଗ ସଂସ୍ଥା ରିସର୍ଚ୍ଚରେ କହିଛି ଯେ, ଆଦାନି ଗ୍ରୁପର ସ୍କାମରେ ଜଡିତ ବିଦେଶୀ କମ୍ପାନିରେ ସେବି ମୁଖ୍ୟ ମାଧବୀ ପୁରୀ ବୁଚ୍ ଏବଂ ତାଙ୍କ ସ୍ୱାମୀ ଧବଲ ବୁଚଙ୍କ ଅଂଶଧନ (ଶେଆର୍) ରହିଛି।