ପୂଜା ଖେଡକରଙ୍କୁ ଆଶ୍ୱସ୍ଥି, ଅଗଷ୍ଟ ୨୧ ପୂର୍ବରୁ ଗିରଫ କରି ପାରିବନି ପୁଲିସ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପୂର୍ବତନ ଟ୍ରେନି ଆଇଏଏସ ପୂଜା ଖେଡକରଙ୍କୁ କୋର୍ଟରୁ ମିଳିଛି ବଡ଼ ଆଶ୍ୱସ୍ଥି। ଅଗଷ୍ଟ ୨୧ ପର୍ଯ୍ୟନ୍ତ ତାଙ୍କୁ ଗିରଫ କରିପାରିବ ନାହିଁ ବୋଲି ଦିଲ୍ଲୀ ପୁଲିସଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।  ପରବର୍ତ୍ତୀ ଶୁଣାଣି ତାରିଖ ପର୍ଯ୍ୟନ୍ତ ଦିଲ୍ଲୀ ପୁଲିସକୁ ତାଙ୍କୁ ହେପାଜତରେ ନନେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

କେଡକର ୟୁନିୟନ୍‌ ପବ୍ଲିକ୍‌ ସର୍ଭି କମିସନ୍‌ (ୟୁପିଏସସି) ପରୀକ୍ଷା ପାଥଇଁ ଆବେଦନ କରିଥିବା ଫର୍ମରେ ଭୁଲ ତଥ୍ୟ ଉପସ୍ଥାପନ କରିଥିବା ଅଭିଯୋଗ ହେବା ପରେ ବିବାଦରେ ରହିଛନ୍ତି। ଆଜି ହାଇକୋର୍ଟର ଜଷ୍ଟିସ୍ ସୁବ୍ରମଣ୍ୟମ ପ୍ରସାଦ ଏ ଉପରେ ଶୁଣାଣି କରି ବର୍ତ୍ତମାନ ସମୟରେ ତୁରନ୍ତ ଗିରଫଦାରୀର ଆବଶ୍ୟକତା ନାହିଁ ବୋଲି କହିଛନ୍ତି।ଅଗଷ୍ଟ ୨୧ରେ ପରବର୍ତ୍ତୀ ଶୁଣାଣି ନ ହେବା ଯାଏ ଖେଡକରଙ୍କୁ ଗିରଫ ନ କରିବାକୁ ଦିଲ୍ଲୀ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ଶୁଣାଣି ପରେ ଯାଇ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୋର୍ଟ କହିଛନ୍ତି।

ପୂଜା ଖେଡକରଙ୍କ ଜାମିନ ଆବେଦନ କରିଥିବା ଶୁଣାଣି ବେଳେ ଜଷ୍ଟିସ୍ ସୁବ୍ରମଣ୍ୟମ୍ ପ୍ରସାଦ ଏହି ନିର୍ଦ୍ଦେଶ ଦେଇଛନ୍ତି। ୨୦୨୩-ବ୍ୟାଚ୍ ଆଇଏଏସ୍ ଅଧିକାରୀ ଖେଡକର ତାଙ୍କର ନାମ, ପିତାମାତାଙ୍କ ନାମ, ଫଟୋଗ୍ରାଫ୍, ଦସ୍ତଖତ, ଇମେଲ୍ ଆଇଡି, ମୋବାଇଲ୍ ନମ୍ବର ଏବଂ ଠିକଣା ବଦଳାଇବା ଆଦି ପରିବର୍ତ୍ତନ କରି ତଥ୍ୟ ଜମା କରିଥିବା ଅଭିଯୋଗ ହୋଇଥିଲା |

 

Leave A Reply

Your email address will not be published.