ତାରିଣୀ ଗ୍ରୁପ ଅଫ୍ ଏଜୁକେସନାଲ ଇନଷ୍ଟିଟ୍ୟୁସନରେ ସ୍ବାସ୍ଥ୍ୟ ସେବା

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ନିଜ ଜନ୍ମମାଟିର ସେବା ପାଇଁ ସୁଦୂର ଆମେରିକାରୁ ଆସି ତାରିଣୀ ଏଜୁକେସନାଲ ଇନଷ୍ଟିଟ୍ୟୁଟ ରେ ସ୍ବାସ୍ଥ୍ୟ ସେବା ପ୍ରଦାନ କରିଥିଲେ ଡକ୍ଟର ପ୍ରମୋଦ କୁମାର ମହାପାତ୍ର। ତାରିଣୀ ଗ୍ରୁପ ଅଫ୍ ଏଜୁକେସନାଲ ଇନଷ୍ଟିଟ୍ୟୁଟ ର ପରିଚାଳନା ନିର୍ଦ୍ଦେଶକ ତଥା ସମାଜସେବୀ ଶ୍ରୀଯୁକ୍ତ ଶ୍ରୀବତ୍ସ ପଣ୍ଡା ସ୍ବାସ୍ଥ୍ୟ ଶିବିର ଟିର ଆୟୋଜନ କରିଥିଲେ।

ତାରିଣୀ ଗ୍ରୁପ ଅଫ୍ ଏଜୁକେସନାଲ ଇନଷ୍ଟିଟ୍ୟୁଟ ର ଅଧ୍ୟକ୍ଷ ଜ୍ଞାନରଞ୍ଜନ କୁଣ୍ଡ ସ୍ବାସ୍ଥ୍ୟ ଶିବିର ଟିର ପରିଚାଳନା କରିଥିଲେ। ରକ୍ତ ପରୀକ୍ଷା କରାଯାଇ ରୋଗୀମାନଙ୍କୁ ସେବା ଯୋଗାଇ ଦିଆଯାଇଥିଲା। ବିଭିନ୍ନ ସମସ୍ୟା ଥିବା ରୋଗୀ ମାନଙ୍କର ପରୀକ୍ଷା କରି ସ୍ବାସ୍ଥ୍ୟ ସେବା ପ୍ରଦାନ କରାଯାଇଥିଲା।

ଆଗାମୀ ଡ଼ିସେମ୍ବର ମାସରେ ଏକ ମେଗା ସ୍ବାସ୍ଥ୍ୟ ଶିବିର ଆୟୋଜନ କରାଯିବା ପାଇଁ ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ଶ୍ରୀବତ୍ସ ପଣ୍ଡା ଓ ତାଙ୍କ ର ବନ୍ଧୁ ଡକ୍ଟର ପ୍ରମୋଦ କୁମାର ମହାପାତ୍ର ସୂଚନା ଦେଇଥିଲେ।ଉକ୍ତ ସ୍ବାସ୍ଥ୍ୟ ଶିବିର ରେ ଅନୁଷ୍ଠାନର ସମସ୍ତ ଅଧ୍ୟାପକ,ଅଧ୍ୟାପିକା, ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ।

Comments are closed.