ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବଲିଉଡ ଅଭିନେତ୍ରୀ ଉର୍ମିଲା ମାତୋଣ୍ଡକର ଅନେକସମୟ ଧରି ବଡ ପରଦାରୁ ଦୂରେଇ ରହିଛନ୍ତି। ତଥାପି ସେ ସୋସିଆଲ ମିଡିଆରେ ନିଜ ପ୍ରଶଂସକଙ୍କ ସହ ଯୋଡି ହୋଇ ରହିଥାନ୍ତି। ଛାଡପତ୍ର ନେବେ ବଲିଉଡର ରଙ୍ଗୀଲା ଗାର୍ଲ ଉର୍ମିଲା ମାତୋଣ୍ଡକର। ନିଜର ୮ ବର୍ଷର ବିବାହରେ ପକାଇବେ ପୂର୍ଣ୍ଣଛେଦ। ଏଭଳି କିଛି ଚର୍ଚ୍ଚା ଏବେ ଜୋର୍ ଧରିଛି | ଜାତୀୟ ଗଣମାଧ୍ୟମ ମୁତାବକ, ଅନେକ ଚିନ୍ତା କରିବା ପରେ ଉର୍ମିଲା ମାତୋଣ୍ଡକର ଛାଡ଼ପତ୍ର ନେବାକୁ ନିଷ୍ପତ୍ତି ନେଇଛନ୍ତି।
ଏଥିପାଇଁ ସେ କୋର୍ଟରେ ଆବେଦନ କରିଥିଲେ ମଧ୍ୟ ଛାଡ଼ପତ୍ର ପଛ ପ୍ରକୃତ କାରଣ ସାମ୍ନାକୁ ଆସିନାହିଁ। କୁହାଯାଉଛି ଯେ, ଦୁହିଁଙ୍କ ସହମତିରେ ଏହା ହେଉନାହିଁ। ମିଳିଥିବା ସୂଚନା ଅନୁଯାୟୀ ଉର୍ମିଲା ଏବଂ ମୋହସିନ୍ ଦୀର୍ଘ ଦିନ ହେବ ଆଉ ଏକାଠି ରହୁ ନାହାଁନ୍ତି। ଏବେ ଉର୍ମିଲା ବିବାହ ବିଚ୍ଛେଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ଏନେଇ କୋର୍ଟରେ ଛାଡପତ୍ର ମାମଲା ଦାୟର କରିଛନ୍ତି। ତେବେ ଅଲଗା ହେବାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ।
କିନ୍ତୁ ଏହା ନିଶ୍ଚିତ ଭାବରେ ଦାବି କରାଯାଇଛି ଯେ ଉଭୟଙ୍କ ଛାଡପତ୍ର ପାରସ୍ପରିକ ସର୍ତ୍ତରେ ହେଉନାହିଁ। କହିବାକୁ ଗଲେ ଉର୍ମିଲା ଏବଂ ମୋହସିନ୍ଙ୍କ ମଧ୍ୟରେ ୧୦ ବର୍ଷର ବୟସ ପାର୍ଥକ୍ୟ ଅଛି । ଦୁହେଁ ୪ ଫେବୃଆରୀ ୨୦୧୬ ମସିହାରେ ବିବାହ କରିଥିଲେ। ଡିଜାଇନର୍ ମନୀଷ ମଲହୋତ୍ରାଙ୍କ ଯୋଗୁ ଉଭୟଙ୍କ ଦେଖାସାକ୍ଷାତ ହୋଇଥିଲା। ସେତେବେଳେ ଉର୍ମିଲାଙ୍କ ବିବାହ ବେଶ୍ ଚର୍ଚ୍ଚାରେ ଥିଲା। କାରଣ ୪୨ ବର୍ଷ ବୟସରେ ସେ ଜଣେ ବ୍ୟବସାୟୀଙ୍କୁ ବିବାହ କରିଥିଲେ। ଏପରିକି ଧର୍ମ ମଧ୍ୟ ଅଲଗା ଅଲଗା ଥିଲା।
Comments are closed.