ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବଲିଉଡର ବର୍ଷିଆନ୍ ଅଭିନେତା ଗୋବିନ୍ଦା ଆହତ। ତାଙ୍କ ଦେହରେ ବାଜିଛି ଗୁଳି। ତାଙ୍କୁ ଗୁରୁତର ଅବସ୍ଥାରେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଭିର୍ତ୍ତି କରାଯାଇଛି। ତେବେ ସୂଚନା ମୁତାବକ, ଆଜି ସକାଳୁ ନିଜ ଘରେ ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ସଫା କରୁଥିଲେ ଗୋବିନ୍ଦା।
ହେଲେ ଏହି ସମୟରେ ଭୁଲବଶତଃ ଗୁଳି ଫୁଟି ଆହତ ହୋଇଛନ୍ତି ଗୋବିନ୍ଦା। ତୁରନ୍ତ ତାଙ୍କୁ ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ବର୍ତ୍ତମାନ ସେ ଆଇସିୟୁରେ ଚିକିତ୍ସିତ ହେଉଥିବା ବେଳେ ଅପରେସନ କରାଯାଇ ଗୁଳି ବାହାର କରାଯାଇଥିବା ସୂଚନା ମିଳିଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ରହିଛି।
ପୋଲିସର ସୂଚନାନୁସାରେ ଗୁଳି ବିନିମୟ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ବର୍ତ୍ତମାନ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ପୋଲିସ କହିଛି ଯେ ଗୋବିନ୍ଦାଙ୍କ ବନ୍ଧୁକ ଜବତ କରାଯାଇଛି ଏବଂ ଘଟଣାର ତଦନ୍ତ ଚାଲିଛି। ଗୋବିନ୍ଦାଙ୍କ ଗୋଡରୁ ବହୁ ରକ୍ତସ୍ରାବ ହୋଇଛି। ଯେଉଁ କାରଣରୁ ତାଙ୍କ ଅବସ୍ଥା ଖରାପ ବୋଲି କୁହାଯାଉଛି।