ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବଲାଙ୍ଗୀର ଜିଲ୍ଲା ବେଳପଡା ବ୍ଲକ ର ସଳଣ୍ଡି ଗ୍ରାମ ର ଜ୍ଞାନ ପ୍ରକାଶ ବେହେରା ଙ୍କ ମୃତ ଦେହ ଥୁଡିବାହାଲ ଜଙ୍ଗଲ ରୁ ମିଳିଥିଲା।ଏହି ଘଟଣାକୁ ଗୋଟିଏ ମାସ ଅତିବାହିତ କରିଥିଲେ ମଧ୍ୟ ପୋଲିସ ର ଆଖିଦୁସିଆ କାମ କରି ନଥିବାର ପରିବାର ଲୋକେ ଅଭିଯୋଗ କରିଛନ୍ତି।
ଏହି ଘଟଣା କୁ ନେଇ ବେଳପଡା ପୋଲିସ ବଲାଙ୍ଗୀର ଏସପି ଙ୍କୁ ସାକ୍ଷାତ କରି ଥିଲେ ସୁଦ୍ଧା କେହି ପଦକ୍ଷେପକୁ ନେଉ ନାହାଁନ୍ତି।ଯା ପାଇଁ କି ଆଜି ଉକ୍ତପରିବାର ଓ ଗ୍ରାମବାସୀ ଏକତ୍ରିତ ହୋଇ ବେଳପଡା କଣ୍ଟାବାଞ୍ଜି କୁ ସଂଯୋଗ କରୁଥିବା ୨୬ ନମ୍ବର ରାଜ ପଥ କୁ ସଂପୂର୍ଣ୍ଣ ଭାବେ ଅବରୋଧ କରିଛନ୍ତି।
ଯାହା ଦ୍ଵାରା କି ସହ ସହ ଜାନ ବାହାନ ଯିବା ଆସିବା ପୁରା ଠପ ହୋଇଛି।ଯେତେଦିନ ପର୍ଯ୍ୟନ୍ତ ପୋଲିସ ତଦନ୍ତ କରି ଦୋଷୀ ଦଣ୍ଡ ନ ଦେଇଛି ଧାରଣ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି।ଘଟଣା ସ୍ଥଳରେ ପୋଲିସ ପ୍ରଶାସନ ପରିବାର ଵର୍ଗ କୁ ବୁଝାଇଥିଲେ ସୁଦ୍ଧା ପରିବାର ଲୋକେ ତାଙ୍କ ଜିଦ ଧରି ବସିଛନ୍ତି।