ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମିଲେଟ୍ ଦିବସରେ “ସିଲେକ୍ଟ ଫ୍ରେସ୍” ଷ୍ଟୋରର ଆଉ ଏକ ନୂତନ ଶାଖାର ଶୁଭ ଉଦଘାଟନ ସୌଭାଗ୍ୟ ନଗର, ଭୁବନେଶ୍ୱରଠାରେ ହୋଇଛି | ଏହି ଶୁଭ ଉଦଘାଟନୀ ଉତ୍ସବରେ ପ୍ରଯୋଜକ, ଅଭିନେତା ତଥା କଣ୍ଠଶିଳ୍ପୀ ସୋହମ ସିଂ ଯୋଗଦେଇଥିଲେ | ଏହି ସଂସ୍ଥା ର କୋଫାଉଣ୍ଡର ସିଦ୍ଧାର୍ଥ ଶଙ୍କର ରାଉତ ଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ମଧ୍ୟ ଉପସ୍ଥିତ ଥିଲେ | ଦୀର୍ଘ ତିନି ବର୍ଷ ହେବ ସିଲେକ୍ଟ ଫ୍ରେସ୍ ମିଲେଟ୍ ର ସମସ୍ତ ମାଣ୍ଡିଆ, ବାଜାରା, ଯଅ, ସୁଆଁ, କାଙ୍ଗୁ, ଜହ୍ନା ଇତ୍ୟାଦିର ଅନେକ ପ୍ରକାରର ପ୍ରଡକ୍ଟ ଓଡିଶା ତଥା ଓଡିଶା ବାହାର ଗ୍ରହକଙ୍କ ପାଖରେ ପହଞ୍ଚାଇ ଅନେକ ପ୍ରଶଂସିତ ହୋଇଆସିଥିବା ବ୍ରାଣ୍ଡ “ଓଡ଼ି ମିଲ୍” ର ସମସ୍ତ ପ୍ରଡକ୍ଟ ଏଠାରେ ଉପଲବ୍ଧ |
ରାଜଧାନୀର ସବୁ କୋଣର ଗ୍ରାହକଙ୍କ ପାଖରେ ମିଲେଟ୍ ପହଞ୍ଚିବା ଲକ୍ଷ୍ୟ ନେଇ ଗୋଟିଏ ପରେ ଗୋଟିଏ ଶାଖା ଖୋଲିବାକୁ ପ୍ରୟାସ କରିଛି ଏହି ସଂସ୍ଥା | ଏହି ଷ୍ଟୋରରେ ଗ୍ରାହକ ତତକ୍ଷଣାତ୍ ଖାଇବାକୁ ଚାହୁଁଥିଲେ ସ୍ନାକ୍ସରେ ମିଲେଟ୍ ଚୁଡା ଭଜା, ମିଲେଟ୍ ମୁଢ଼ି ମିକ୍ସଚର, ମିଲେଟ୍ ମିକ୍ସଚର, ମିଲେଟ୍ ଆରିସା, ମିଲେଟ୍ ମୁଡୁକି, ମିଲେଟ୍ ପଫ୍, ମିଲେଟ୍ ଟ୍ରଫଲ୍, ମିଲେଟ୍ ଚକୋଲେଟ୍, ମିଲେଟ୍ ବାଇଟ୍ସ, ସ୍ୱାଦଯୁକ୍ତ ମିଲେଟ୍ କ୍ଷୀର, ମିଲେଟ୍ କେକ୍ (ଗ୍ଲୁଟେନ୍ ମୁକ୍ତ), ମିଲେଟ୍ ମଫିନ୍ (ଗ୍ଲୁଟେନ୍ ମୁକ୍ତ), ଗ୍ଲୁଟେନ୍ ମୁକ୍ତ ବାଇଟ୍ସ, କୁକିଜ୍ ଇତ୍ୟାଦି ପାଇପାରିବେ | ଘରେ ରୋଷେଇ ପ୍ରସ୍ତୁତ କରିବାକୁ ଚାହୁଁଥିଲେ ଯୁବଶ୍ରେଣୀଙ୍କ ପାଇଁ ନୁଡୁଲ୍ସ, ପାସ୍ତା, ମିଲେଟ୍ ମୁସଲି, ରାତାରାତି ମିଲେଟ୍ ଏବଂ ଓଟସ୍, ମିଲେଟ୍ ଫ୍ଲେକ୍, ମିଲେଟ୍ ଛତୁଆ ଏବଂ ବୟସ୍କଙ୍କ ପାଇଁ ମିଲେଟ୍ (ମଇଦା ବିନା), ମିଲେଟ୍ ସୁଜି, ମିଲେଟ୍ ଦଲିଆ, ମିଲେଟ୍ ଚୁଡା, ମୁଢି, ମିଲେଟ୍ ସୁପ୍, ମିଲେଟ୍ ପାନକେକ୍, ମିଲେଟ୍ ଇଡଲି, ଦୋସା ପ୍ରିମିକ୍ସ ଇତ୍ୟାଦି କରିପାରିବେ |
ଓଡ଼ି ମିଲ୍ ଏକ ସ୍ୱତନ୍ତ୍ର ବ୍ରାଣ୍ଡ ଯାହା ଅନେକ ଲୋକଙ୍କୁ ରୋଜଗାରକ୍ଷମ କରିପାରିଛି | ପ୍ରାୟ ୫ ଶହ ଚାଷୀଙ୍କୁ ରୋଜଗାର ଦେଇଛି ଓଡ଼ି ମିଲ୍ | ଏକ ହଜାର ଚାଷ ଜମିରେ ମାଣ୍ଡିଆ ଚାଷ କରାଯାଉଛି | ତା’ସହିତ ଅନେକ ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ଙ୍କୁ କର୍ମ ନିଯୁକ୍ତି ଦେଇଛନ୍ତି ଓଡ଼ି ମିଲ୍ | ତାସହିତ ଫାର୍ମର ପ୍ରଡ୍ୟୁସର ଅର୍ଗାନାଇଜେସନ ସହିତ କାମ କରୁଅଛି | ଯାହାଫଳରେ ସେମାନେ ଓଡ଼ି ମିଲ୍ ମାଧ୍ୟମରେ ରୋଜଗାରକ୍ଷମ ହୋଇପାରୁଛନ୍ତି | କେବଳ ବ୍ୟବସାୟ ନୁହେଁ ବରଂ ଲୋକଙ୍କୁ ରୋଜଗାର ପନ୍ଥା ଯୋଗାଇପାରିଛି ଏହି ସଂସ୍ଥା | ତେବେ ଏହି ସିଲେକ୍ଟ ଫ୍ରେସ୍ ର ନୂତନ ଷ୍ଟୋର ଯାହା ସୌଭାଗ୍ୟ ନଗର ଠାରେ ଖୋଲିଛି ସେଠାରୁ ଗ୍ରାହକ ମିଲେଟ୍ ର ସମସ୍ତ ପ୍ରକାର ରନ୍ଧା ଖାଦ୍ୟ ଏବଂ ଘରେ ପ୍ରସ୍ତୁତ କରିବା ଭଳିଆ ଖାଦ୍ୟ ସାମଗ୍ରୀ ଉପଲବ୍ଧ ଅଛି l ତେଣୁ ଗ୍ରାହକ ଭରପୁର ଲାଭ ଉଠାଇ ପାରିବେ |